ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରେ ଜନ ସମୁଦ୍ର ମଧ୍ୟରୁ ମୋଦିଙ୍କ ବିକାଶର ହିସାବ ଧରି ରାଜ୍ୟ ସରକାରଙ୍କ ବିଫଳତାର ଚିଠା ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରୂପାନ୍ତରଣ ନାଁରେ ମିଛ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ୨୪ ବର୍ଷର ବିଜେଡି ସରକାରକୁ ଖୋଲା ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପଛଘୁଞ୍ଚା ଦେବ ନା ଧର୍ମେନ୍ଦ୍ରଙ୍କ ଚ୍ୟାଲେଞ୍ଜକୁ ବିଜେଡି କରିବ ଗ୍ରହଣ ? ।
ସମ୍ବଲପୁର କୁଚିଣ୍ଡାରେ ଜିଲ୍ଲାର ସ୍ବାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର। କହିଲେ ରୂପାନ୍ତରଣ ନାଁରେ ମିଛ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଚିଣ୍ଡାର ଲୋକେ ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ। କୁଚିଣ୍ଡା ସରକାରୀ ମେଡିକାଲରେ 18ଟି ସ୍ଥାୟୀ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର 11 ଜଣ ଡାକ୍ତର। । ଏଠାକାର ଗଣ୍ଡ, ଭୂଆଁ, ମୁଣ୍ଡା ପରି ଲୋକେ ଉନ୍ନତ ସ୍ଵାସ୍ଥ୍ୟସେବା ପାଉନାହାନ୍ତି । ସମ୍ବଲପୁର ଜିଲ୍ଲାରେ 40% ପିଲାଙ୍କର ବୟସ ତୁଳନାରେ ଉଚ୍ଚତା କମ୍ । 25% ପିଲାଙ୍କ ଓଜନ କମ୍ ଥିବାବେଳେ 36% ପିଲାଙ୍କ ଓଜନ ଜନ୍ମ ବେଳେ କମ୍ ଏହାଛଡ଼ା 65% ପିଲା ଓ 66.7 % ମହିଳା ରକ୍ତହୀନତାର ଶିକାର । କେନ୍ଦ୍ରମନ୍ତ୍ରୀ କହିଛନ୍ତି `ସତ୍ୟକୁ ସ୍ଵୀକାର କରନ୍ତୁ ରାଜ୍ୟ ସରକାର। `ମା' ସମଲେଈଶ୍ଵରୀଙ୍କ ମାଟିରେ ଖୋଲା ବିତର୍କକୁ ଆସନ୍ତୁ ଏବଂ ଲୋକଙ୍କ କଲ୍ୟାଣ ପାଇଁ କେତେ ପ୍ରତିବଦ୍ଧ ଜବାବ ରଖନ୍ତୁ।
ଏହାଛଡ଼ା କୁଚିଣ୍ଡାରେ ପ୍ରଚାର ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ସ୍ଵାସ୍ଥ୍ୟ କ୍ଷେତ୍ରରେ `ଆୟୁଷ୍ମାନ ଭାରତ' ବୈପବ୍ଲିକ ପରିବର୍ତ୍ତନ ଆଣିଛି । ମୋଦି ନାଁ ନେଇଯିବେ ବୋଲି ଓଡ଼ିଶାରେ `ଆୟୁଷ୍ମାନ ଭାରତ' ଯୋଜନା ଲାଗୁ କରୁନାହାନ୍ତି ବିଜେଡି ସରକାର। OBC, ଆଦିବାସୀ, ଗରିବଙ୍କ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ନ ବଢୁ ବୋଲି ଚାହୁଁଛନ୍ତି । କୁଚିଣ୍ଡାରେ ଧର୍ମେନ୍ଦ୍ର କରିଛନ୍ତି ଶକ୍ତି ପ୍ରଦର୍ଶନ। ମାରାଥନ ପ୍ରଚାର ପ୍ରସାର ସହ ବିଶାଳ ବାଇକ୍ ରାଲିରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ବନ୍ଧୁବାସପଡ଼ା ହନୁମାନ ମନ୍ଦିରରେ ଦର୍ଶନ କରି ଆରମ୍ଭ କରିଥିଲେ ନିର୍ବାଚନ ପ୍ରଚାର। କେନ୍ଦ୍ରମନ୍ତ୍ରୀଙ୍କ ସହ ନିର୍ବାଚନୀ ପ୍ରଚାରରେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ତଥା କୁଚିଣ୍ଡା ବିଧାନସଭା କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ରବି ନାୟକ। କୁଚିଣ୍ଡାରେ ଜନ ସମୁଦ୍ର ମଧ୍ୟରୁ ମୋଦିଙ୍କ ବିକାଶର ହିସାବ ଧରି ରାଜ୍ୟ ସରକାରଙ୍କ ବିଫଳତାର ଚିଠା ଖୋଲିଛନ୍ତି ଧର୍ମେନ୍ଦ୍ର। କିଏ ଠିକ୍ କିଏ ଭୁଲ ତରା ନିର୍ଣ୍ଣୟ ପାଇଁ ଖୋଲା ବିତର୍କର ଦେଇଛନ୍ତି ଆହ୍ବାନ। ଏବେ ବଡ଼ ପ୍ରଶ୍ନ ଧର୍ମେନ୍ଦ୍ରଙ୍କ ବିତର୍କ ଆହ୍ବାନକୁ ସ୍ବୀକାର କରିବ ତ ବିଜୁ ଜନତା ଦଳ ? ସମ୍ବଲପୁରରେ ବିକାଶ ନେଇ ଖୋଲା ବିତର୍କରେ ଭାଗନେବାକୁ ଆସିବ କି ବିଜେଡି ?
ଅଧିକ ପଢନ୍ତୁ ଓଡ଼ଶା ଖବର
