୪୦ ପରେ ଫିଲ୍ମରେ ରୋଲ ମିଳିନଥାଏ: କଲ୍‌କି କୋଚଲିନ

 ନୂଆଦିଲ୍ଲୀ: ୪୦ ବୟସ ପରେ କାମ ଆସିବା ବନ୍ଦ ହୋଇଯାଇଥାଏ। ଫିଲ୍ମରେ ରୋଲ ମିଳିନଥାଏ।  ଏହା କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଲ୍‌କି କୋଚଲିନ । କଲକି କୋଚଲିନ୍‌  ବଲିଉଡ୍‌ର ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ   ଜଣେ  ଯିଏ ନିଜର  ସିଧା ସିଧା କଥା କହିବା ପାଇଁ  ପରିଚିତ। କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ  ନିଜ କ୍ୟାରିୟର  ଏବଂ କାମ କୁ ନେଇ କହିଥିଲେ। ଅଭିନେତ୍ରୀଙ୍କୁ  ପଚରାଯାଇଥିଲା  କେଉଁ କାରଣ ପାଇଁ  ନୂଆ ପ୍ରୋଜେକ୍ଟରେ କାମ କରୁନାହାଁନ୍ତି।  ଏହାର ପ୍ରଶ୍ନରେ  କଲକି  କହିଥିଲେ,  ମୁଁ ପ୍ରୋଜେକ୍ଟ ପାଇଁ  ଆହୁରି ଅଧିକ ସିଲେକ୍ଟିଭ୍‌  ହୋଇଯାଇଛି। ବର୍ତ୍ତମାନ ମୁଁ ବହୁତ ଭାବି ଚିନ୍ତି  ନିଷ୍ପତ୍ତି ନେଉଛି। ଏହାର କାରଣ ମୁଁ ମୋ ଝିଅ ଠାରୁ ଦୂରେଇ ରହିପାରିବିନି। 

କଲକି ଆହୁରି ମଧ୍ୟ କହିଥିଲେ ବର୍ତ୍ତମାନ  ୪୦ ରୁ ଅଧିକ ବୟସର ମହିଳାମାନଙ୍କୁ ନେଇ ପରଦାରେ ଦେଖାଇବାକୁ କାହାଣୀ ନାହିଁ।  ଲୋକ ମାନେ ଏହି ବୟସର ମହିଳାମାନଙ୍କ ଉପରେ ବହୁତ କଠୋର ହୋଇପଡିଛନ୍ତି। ଲୋକମାନେ କିଛି ବି  ଜାଣନ୍ତି ନାହିଁ ୪୦ ବର୍ଷୀୟ ମହିଳାଙ୍କ ବିଷୟରେ। ଏହି ବୟସର ମହିଳାଙ୍କ ଶରୀରରେ  ଅନେକ କିଛି ପରିବର୍ତ୍ତିନ ଘଟିଥାଏ। ଯାହା କେହି ଜାଣନ୍ତି ନାହିଁ।    ଯେଉଥିପାଇଁ ଏହି ମହିଳାଙ୍କୁ ନେଇ  ସ୍କ୍ରିପ୍ଟ ଲେଖାଯାଏନା କି ଏମାନଙ୍କ ପାଇଁ ରୋଲ ମଧ୍ୟ ନଥାଏ। 

ଅଧିକ ପଢନ୍ତୁ  ମନୋରଞ୍ଜନ ଖବର 


Post a Comment (0)
Previous Post Next Post