ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଆକ୍ଟିଭ ମୋଡ଼ରେ କଂଗ୍ରେସ । ଓଡିଶାରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦିନ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚଛନ୍ତି । ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକହଇ କରାଯାଇଛି। ଏହାପରେ ହେଲିକପ୍ଟରରେ ସତ୍ୟଭାମାପୁର ଯିବେ । ସେଠାରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସାଲେପୁର ଯାଇ ଜନସଭାକୁ ସମ୍ବୋଧିତ କରିବେ । ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ତାର ମୁଦ୍ଦାକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛି। କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ, କିନ୍ତୁ କଂଗ୍ରେସ ବର୍ତ୍ତମାନ ଆକ୍ଟିଭ ମୋଡରେ ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
