କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

 ଅର୍ଗସ ବ୍ୟୁରୋ:  ଡିପ୍ ଫେକ୍ ଭିଡିଓକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଚରମ ସୀମାରେ ପହଞ୍ଚିଛି କଂଗ୍ରେସର ହତାଶା । ଏଥିପାଇଁ ସେମାନେ ଫେକ୍ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଛାଡୁଛନ୍ତି । ଏନେଇ କଂଗ୍ରେସର ଜଣେ ପ୍ରମୁଖ କଂଗ୍ରେସ ନେତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ଏଥିସହ ବିଜେପି ସବୁବେଳେ ସଂରକ୍ଷଣ ସପକ୍ଷରେ ରହିଛି । ଏସସି, ଏସଟି ଓ ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯିବା ଦରକାର । କିନ୍ତୁ ଧର୍ମ ଆଧାରରେ ସଂରକ୍ଷଣ ସମ୍ବିଧାନ ବିରୋଧୀ । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଅତ୍ୟନ୍ତ ତରବରିଆ ଭାବେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । ଏଥିସହ ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ବିଜେପିକୁ ୧୦୦ରୁ ଅଧିକ ସିଟ୍ ମିଳିଥିବା ଦୃଢୋକ୍ତି କରିଛନ୍ତି ଅମିତ ଶାହ ।

ଅଧିକ ପଢ଼ନ୍ତୁ ଦେଶ ଖବର:


Post a Comment (0)
Previous Post Next Post