ରାମ ମନ୍ଦିର ପ୍ରସଙ୍ଗ ଉଠାଇବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ: ନିର୍ବାଚନ ଆୟୋଗ

 ଅର୍ଗସ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଆୟୋଗଙ୍କ  କ୍ଲିନଚିଟ୍ । ଉତ୍ତରପ୍ରଦେଶ ପିଲଭିଟରେ ନିର୍ବାଚନ ପ୍ରଚାର ବେଳେ ରାମ ମନ୍ଦିର ପ୍ରସଙ୍ଗ ଉଠାଇବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।ଏହା ଧର୍ମ ନାଁରେ ଭୋଟ ମାଗିବା ନୁହେଁ । ପ୍ରଧାନମନ୍ତ୍ରୀଙ୍କ କରତାରପୁର ସାହିବ କରିଡର ପ୍ରସଙ୍ଗ ଉଠାଇବା ମଧ୍ୟ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ।

ଏପ୍ରିଲ ୯ରେ ପିଲଭିଟରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ସଫଳତା କହିଥିଲେ । ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ନିର୍ମାଣ ଦ୍ୱାରା ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ହୋଇଛି  ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାକୁ ନେଇ ବିରୋଧୀମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର: 


Post a Comment (0)
Previous Post Next Post