ଛତିଶଗଡ଼ରେ ଏନକାଉଣ୍ଟର: ୧୮ ନକ୍ସଲ ନିହତ

 ଅର୍ଗସ ବ୍ୟୁରୋ: ଛତିଶଗଡ଼ରେ ବଡ ଧରଣର ଏନକାଉଣ୍ଟର। ଟଳିଲେ ୧୮ ଜଣ ହାର୍ଡକୋର ମାଓବାଦୀ। ଛତିଶଗଡ଼ କାଁକେର ଜିଲ୍ଲାରେ ଏନକାଉଣ୍ଟର ହୋଇଥିବା ସୂଚନା। କାଁକେର ଜିଲ୍ଲାର ଛୋଟେବେଠିଆ ଥାନା ଅଞ୍ଚଳରେ ଏନକାଉଣ୍ଟର ହୋଇଛି। 



ବିଏସଏଫ ଓ ଡିଆରଜି ଯବାନଙ୍କ ମିଳିତ କୁମ୍ବିଙ୍ଗ ଅପରେଶନରେ ବଡ ଧରଣର ଗୁଳିବିନିମୟ। ଏନକାଉଣ୍ଟରରେ bsf ର ଜଣେ ଇନ୍ସପେକ୍ଟର ଆହତ ହୋଇଥିବା ବେଳେ ଜଣେ drg ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 

Post a Comment (0)
Previous Post Next Post