କଟକ : କଟକ ଜିଲ୍ଲା ନିଆଳିରେ ବେଶ୍ ଧୁମଧାମରେ ପାଳନ ହୋଇଛି ମୁସଲମାନ ଭାଇ ଭଉଣିଙ୍କର ଦାନ, ଧର୍ମର ପର୍ବ ଇଦ୍ ଉଲ୍ ଫିତର୍। ସବୁଠାରୁ ବଡ଼ କଥା ହେଲା ଏହି ଅବସର ରେ ନିଆଳି ର ହିନ୍ଦୁ ଭାଇ ମାନେ ମଧ୍ୟ ଉପସ୍ଥିତ ରହି ମୁସଲମାନ ଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଆଜି ସକାଳୁ ନିଆଳିର ଇଦଘା ପଡିଆ ରେ ସମୂହ ନମାଜ ପାଠ କରାଯାଇଥିଲା। ପରେ ଶୋଭାଯାତ୍ରା ରେ ନିଆଳି ବଜାର ପରିକ୍ରମା କରିଥିଲେ ମୁସଲମାନ ଭାଇମାନେ। ଯେଉଁଥିରେ କି ହିନ୍ଦୁ ଭାଇମାନେ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଗୋଟେ ମାସ ଧରି ଓଷା ରଖିବା ପରେ ଆଜି ଓଷା ଭାଙ୍ଗି ପର୍ବ ପାଳନ ହୋଇଥାଏ।
ଅଧିକ ପଢନ୍ତୁ ଓଡ଼ିଶା ଖବର
