ଅସମ୍ଭାଳ ତାତିରେ ଛଟପଟ ସାରା ଓଡ଼ିଶା

 ଅର୍ଗସ ବ୍ୟୁରୋ: ପ୍ରଚଣ୍ଡ ଗରମ, ଅସମ୍ଭାଳ ତାତିରେ ଛଟପଟ ସାରା ଓଡ଼ିଶା । ପାଣିପାଗ ବିଭାଗର ଆକଳନ, ଆହୁରି 2 ଦିନ ଯାଏଁ ଜାରି ରହିବ ଗ୍ରାଷ୍ମ ଲହରୀ । ସକାଳ 11ଟା 30 ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ 41.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ 40.8, ରାଉରକେଲା ଏବଂ ବାଲେଶ୍ବରରେ 40ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। 



ହୀରାକୁଦରେ 39.2 ଡିଗ୍ରୀ ଭୁବନେଶ୍ବର ଏବଂ ସମ୍ବଲପୁରରେ 38.8 ଡିଗ୍ରୀ, ଚାନ୍ଦବାଲିରେ 38.2 ଡିଗ୍ରୀ ତାପମାତ୍ରା ଅନୁଭୂତ ହେଉଛି। ସେହିପରି ପୁରୀରେ 34.2 ଡିଗ୍ରୀ, ପାରାଦ୍ୱୀପ ଏବଂ ଗୋପାଳପୁରରେ 33.2 ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Post a Comment (0)
Previous Post Next Post