କେଉଁ ଭାଷାରୁ ଆସିଛି ଚା' ଶବ୍ଦ ଜାଣନ୍ତି କି ?

 ଅର୍ଗସ ବ୍ୟୁରୋ:  ଚା’ ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ।  ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ ଅଟେ। ତେବେ ଆପଣ ଜାଣିଛନ୍ତି କି, ଚା' ଚା' ଶବ୍ଦ କେଉଁ ଭାଷାର ? ହିନ୍ଦୀରେ ଏହାକୁ କଣ କୁହାଯାଏ ? ଯେଉଁମାନଙ୍କର ଚା' ପ୍ରିୟ ସେମାନଙ୍କୁ ମଧ୍ୟ ଏହା ବିଷୟରେ ଜଣାନଥିବ। ଭାରତରେ ଚା ' ଶବ୍ଦର ଶ୍ରେୟ  ଇଂରେଜମାନେ ଦିଆଯାଏ । କିନ୍ତୁ ଭାରତରେ ଏହା ଏପରି ଭାବରେ ଲୋକଙ୍କ ସହ ଜଡିତ ହୋଇଯାଇଛି ଯେ, ଏହାକୁ କେହି ଅଲଗା କରିପାରିବେ ନାହିଁ।



ସକାଳୁ ସକାଳୁ ବିନା ଚା`ରେ କିଛି ଲୋକଙ୍କର ନିଦ ବି ଭାଙ୍ଗିନଥାଏ। ଗୋଟିଏ ପାନ ଚା’ର ସତେଜତା ସହିତ ପ୍ରତିଦ୍ୱନ୍ଦ୍ୱିତା ଅନ୍ୟ କୌଣସି ପାନୀୟ କରିପାରିବ ନାହିଁ।
ଅନେକ ଲୋକଙ୍କୁ ଲାଗେ କି ଚା' ର ଆବିଷ୍କାର ଭାରତରେ ହୋଇଛି। କିନ୍ତୁ ଏହା ଏପରି ହୋଇନାହିଁ। ଚା' ଏବଂ ଟି ଦୁଇଟି ଅଲଗା ଶବ୍ଦ। ଏହି ଦୁଇଟି ଶବ୍ଦ ଗୋଟିଏ ଭାଷାରୁ ଆସିଛି। ପ୍ରକୃତରେ ଚା' ହେଉଛି ଚୀନରେ କହୁଥିବା ମଣ୍ଡେରିୟାନ ଭାଷାର ଶବ୍ଦ ଅଟେ। ଏହାକୁ ଚୀନରେ ଚା' କୁହନ୍ତି। ଏହା ପରଠାରୁ ବିଭିନ୍ନ ସ୍ଥାନରେ ଏହାକୁ ଚା' ହିଁ କୁହନ୍ତି। ମଜାକଥା ହେଉଛି କି ଇଂରେଜମାନଙ୍କର ଟି ଶବ୍ଦ ମଧ୍ୟ ଚୀନରୁ ହିଁ ଆସିଛି।  ତେବେ ହିନ୍ଦୀରେ ଏହାକୁ କଣ କୁହନ୍ତି। ଚା'କୁ ହିନ୍ଦୀରେ‘ କ୍ଷୀର ଏବଂ ଚିନି ସହିତ ମିଶ୍ରିତ ପାଣି ଧାରଣ କରିଥିବା ପାହାଡିଆ ବୁଟି ବୋଲି ’କୁହାଯାଏ । ଇଂରାଜୀ ଶବ୍ଦ ‘Tea’ ମଧ୍ୟ ଚାଇନାରୁ ଉତ୍ପନ୍ନ ହୋଇଛି। ବାସ୍ତବରେ, ଚାଇନାର ଏକ ଅଞ୍ଚଳରେ ମିନ ନାନ ଭାଷା କୁହାଯାଏ, ଯେଉଁଠାରେ ଏହାକୁ ’te’ କୁହାଯାଏ। ବ୍ୟବସାୟ ପାଇଁ ଏଠାକୁ ଆସୁଥିବା ଲୋକମାନେ ଏହାକୁ T ବୋଲି କହିବା ଆରମ୍ଭ କଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Post a Comment (0)
Previous Post Next Post