କୋଟିଆରେ ହେବ କି ଗଣତନ୍ତ୍ରର ବିରୋଧାଚରଣ ?

 କୋରାପୁଟ:  ଗୋଟିଏ ବ୍ୟକ୍ତି ଗୋଟିଏ ଭୋଟ । ଏହା ଗଣତନ୍ତ୍ରର ମନ୍ତ୍ର । ହେଲେ ଏଥର କୋଟିଆରେ ହେବ କି ଗଣତନ୍ତ୍ରର ବିରୋଧାଚରଣ ? । ପଟାଙ୍ଗି ବିଧାନସଭା ଓ କୋରାପୁଟ ଲୋକସଭା ଅଧିନରେ ଯାଉଛନ୍ତି କୋଟିଆର ସାବାଳକ । କିନ୍ତୁ ଆନ୍ଧ୍ର ତା ଦସ୍ତାବିଜରେ କୋଟିଆ ସାଲୁର ବିଧାନସଭାରେ ଯାଉଛି ବୋଲି ଦର୍ଶାଇଛି । ଗାଁ ନାଁ ବଦଳାଇ ଭୋଟର ତାଲିକା କରି ବଡ଼ ଷଡଯନ୍ତ୍ର କରିଛି ଆନ୍ଧ୍ର । ଓଡିଶା ସରକାର କରିବେ କି ବଡ ପ୍ରତିବାଦ ? 



ମେ 13ରେ କୋଟିଆରେ ନିର୍ବାଚନ।  ଭୋଟ ପାଇଁ ଆନ୍ଧ୍ର ପ୍ରସ୍ତୁତ କରିଛି ଏ ଭୋଟର ତାଲିକା। ସାଲୁର ବିଧାନସଭା ଓ ଆରୁକ ଲୋକସଭା ଅଧିନରେ କୋଟିଆର ଭୋଟର କେମିତି ଭୋଟ ଦେବେ ସେଥିପାଇଁ ଯୋଜନା କରିଛି ଆନ୍ଧ୍ର।  ଏ ହେଉଛି ପୁରା 2554 ଜଣ ଭୋଟରଙ୍କ ତାଲିକା। ଏଥିରେ  ଗାଁ ନାଁ ବି ବଦଳାଇ ଦେଇଛି ଆନ୍ଧ୍ର।.ଏଇ ଯେମିତି ଓଡିଶାର ଫାଟୁସେନେରୀ ଗାଁକୁ ପଟ୍ଟୁଚେନ୍ନାରୁ , ଗଞ୍ଜେଇପଦର ଗାଁକୁ ଗଞ୍ଜାଇଭଦ୍ର, ନେରେଡିବାଲସା ଗାଁକୁ ନରେଲ୍ଲାଭାଲସା, ତାଡିବାଲସା ଗାଁକୁ ଥାଡିଭାଲସା, ଧୂଳିପଦର ଗାଁକୁ ଧୂଳିଭଦ୍ର, ମାଡକାର ଗାଁକୁ ମୁଡାକାରୁ, ଉପରସେମ୍ବି ଗାଁକୁ ୟେଗୁଭା ସେମ୍ବି ଓ ତଳସେମ୍ବି ଗାଁକୁ ଡିଗୁଭା ସେମ୍ବି ବୋଲି ଦର୍ଶାଇଛି ଆନ୍ଧ୍ର।  

 ଆନ୍ଧ୍ର ପଟରେ ଭୋଟ ଦେବା ପାଇଁ  ସାଲୁର ର   ତୋନାମ ପାଖରେ  ହେଉଥିବା ନିର୍ବାଚନ ସଭାରେ କୋଟିଆର  ଧୂଳିପଦର, ପାଣତୱାଲସା, ଉପର ସେମ୍ବି, ତଳସେମ୍ବି ର ଲୋକଙ୍କୁ ନେଇଥିଲେ ଆନ୍ଧ୍ରର ନେତା। ଆନ୍ଧ୍ରର ସରକାରୀ ଦଳ ୱାଇଏସଆର କଂଗ୍ରସ ଓ ସିପିଆଇ ବି କୋଟିଆରେ ପ୍ରଚାର କରିବା ସହ ପତକା ଲଗାଉଛି। ତେବେ  ପଟାଙ୍ଗୀ ବିଧାନସଭା  ଅଧିନରେ ଏ ଅଂଚଳ ଯାଉଥିଲେ ବି  ଓଡିଶା  ନେତା ପାଦ ଏଥର ଏବେ ସୁଦ୍ଦା ପଡିନି।

2019 ସାଧାରଣ ନିର୍ବାଚନ ବେଳେ ଉଭୟ ରାଜ୍ୟ ପଟରେ ଭୋଟ ଦେଇଥିଲେ ଏଠାକାର ଭୋଟର। ଏ ଚିତ୍ର 2019 ଏପ୍ପିଲ 10ର। ଓଡିଶା ପଟରେ ଭୋଟ ଦେବା ପରେ ଆନ୍ଧ୍ର ବୁଥକୁ ଯାଇ ଭୋଟ ଦେଇଥିଲେ ଭୋଟର। ଓଡିଶାର ଭୋଟ ହାର ବଢିଥିବା ଏଥର ଆନ୍ଧ୍ର ଅଧିକ ଆକ୍ରମଣାତ୍କମ ହୋଇଛି। ଆନ୍ଧ୍ରର ସରକାରୀ ଦଳ ବାରମ୍ବାର ଅନୁପ୍ରେବଶ କରି ପ୍ରଚାର କରୁଛି। ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ବି ବାରମ୍ବାର ଆସୁଛନ୍ତି। ଏବେ ଓଡିଶାକୁ ନାଲିଆଖି ବି ଦେଖାଇଛନ୍ତି।.ତେବେ ଏ ନେଇ ଓଡିଶା ସରକାର ଚୁପ ଥିବା ବେଳେ ବିରୋଧ କରିଛି ବିଶାଳ ଓଡିଶା କ୍ରାନ୍ତି ପରିଷଦ ଗତ ଶୁକ୍ରବାର କୋଟିଆ ଗସ୍ତରେ ଯାଇଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । କୋଟିଆ ପଞ୍ଚାୟତରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଗୁଡିକର କରିଥିଲେ ସମୀକ୍ଷା । ତେବେ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପରେ  ଅଧିକ ପ୍ରତିକ୍ରିୟାଶୀଳ ହୋଇଛି ଆନ୍ଧ୍ର ସରକାର । ଉଭୟ ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ବିବାଦୀୟ କୋଟିଆକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା।
ଅଧିକ ପଢନ୍ତୁ ଓଡିଶା ଖବର

Post a Comment (0)
Previous Post Next Post