ରାଜ୍ୟର ଆଇନଶୃଙ୍ଖଳାର ଗୁମର ଖୋଲିଲେ ଧର୍ମେନ୍ଦ୍ର

 ଅର୍ଗସ ବ୍ୟୁରୋ : ରାଜ୍ୟରେ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା । ରାଜ୍ୟବାସୀଙ୍କ ଜୀବନ ବିପଦରେ...କାରଣ ଅପରାଧୀଙ୍କୁ ଧରିବାକୁ ଗଲେବେଳେ ପୋଲିସ କେମିତି ଆକ୍ରମଣର ଶିକାର ହେଉଛି ସେନେଇ ଆଜି ଖବର ପ୍ରକାଶ କରିଛି ଦୈନିକ ଖବର କାଗଜ ସମ୍ବାଦ । ଯାହାକୁ ନେଇ ଏବେ ସରଗରମ ହେଲାଣି ରାଜ୍ୟ ରାଜନୀତି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ଵରେ ଅଛନ୍ତି । ତେଣୁ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କାହିଁକି ସେ ଚୁପ୍‌ ସେନେଇ ଉଠିଲାଣି ପ୍ରଶ୍ନ ।



ବରଗଡ଼ ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁର ଗଞ୍ଜେଇ ମାଫିଆକୁ ଧରିବାବେଳେ ଝାରବନ୍ଧ ପୁଲିସ ଆକ୍ରମଣର ଶିକାର ହୋଇଛି । ଜଣେ ମହିଳା ଥାନା ଅଧିକାରୀଙ୍କୁ ଘରେ ଭର୍ତ୍ତିକରି ତାଲା ଠୁଙ୍କି ଦେଇଛନ୍ତି । ଅବଶ୍ୟ ପରେ ଅପରାଧୀଙ୍କୁ ଗିରଫ କରାଯାଇଛି । କିନ୍ତୁ ପୋଲିସକୁ କେମିତି ମାଫିଆ ଆକ୍ରମଣ କଲେ ତାହା ଚର୍ଚ୍ଚାର ବିଷୟ ।

ମିଳିଥିବା ସୂଚନା ଅନୁସାରେ, ଡଭା-ବସନା ରାସ୍ତାରେ ଝାରବନ୍ଧ ପୁଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ବସନା ଥାନା କେଶରପୁର ଗାଁର ଯଦୁନାଥ ଶ୍ରୀବସ ଓ ଡିଲେଶ୍ୱର ଗହୀର ଏକ ବାଇକ୍‌ରେ ନିତ୍ୟାନନ୍ଦପୁର ଗାଁର ନାନୁ ସାହୁଠାରୁ ଗଞ୍ଜେଇ ନେଉଥିବାବେଳେ ପୁଲିସ ଧରିଥିଲା । ପଛରେ ଥିବା ନାନୁ ସାହୁ ପୁଲିସକୁ ଦେଖି ଫେରାର ହୋଇଯାଇଥିଲା । ଆଜି ଭୋର୍‌ରେ ଝାରବନ୍ଧ ଥାନା ଅଧିକାରୀ ଶୁଚିସ୍ମିତା ମହାନ୍ତି, ଏଏସ୍‌ଆଇ ସମାରୁ ନାଗ, କନେଷ୍ଟବଳ ଡାକ୍ତର ଷାଣ୍ଢ, ଆକାଶ ପ୍ରଧାନ ଓ ଆଇଆର୍‌ବି ଯବାନ ନାନୁ ସାହୁ ଘରେ ଚଢ଼ଉ କରିଥିଲେ। ନାନୁକୁ ଧରି ଗାଡ଼ିକୁ ଆଣୁଥିବାବେଳେ ତାଙ୍କ ପରିବାର ଲୋକେ ପୁଲିସକୁ ଆକ୍ରମଣ କରି ନାନୁକୁ ଫେରାର୍‌ କରାଇ ଦେଇଥିଲେ । 

ଗୁରୁତ୍ଵପୂର୍ଣ୍ଣ କଥା ହେଲା ରାଜ୍ୟରେ ଏବେ ଅହେତୁକ ଭାବରେ ବଢିଚାଲିଛି ଚୋରା ଗଂଜେଇ ଚାଲାଣ । ନିଇତି କେଉଁଠୁ ନା କେଉଁଠୁ ଆସୁଛି ଏମିତି ଖବର । ହେଲେ ଖବର ପାଇବା ପରେ ପୋଲିସ ପହଞ୍ଚୁଛି...କିନ୍ତୁ ସେଇଠି ଯେମିତି ଭାବରେ ଆକ୍ରମଣ କରାଗଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

 

Post a Comment (0)
Previous Post Next Post