ଦେଶରେ ନିୟନ୍ତ୍ରଣକୁ ଆସୁଛି ଦରଦାମ ବୃଦ୍ଧି

 ଅର୍ଗସ ବ୍ୟୁରୋ:  ଲୋକସଭା ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତି। ଦେଶରେ ନିୟନ୍ତ୍ରଣକୁ ଆସୁଛି ଦରଦାମ ବୃଦ୍ଧି।  ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି 4.85 ପ୍ରତିଶତକୁ ଖସି ଆସିଛି। ଏଥିସହ 5 ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ମୁଦ୍ରାସ୍ଫୀତି। ଫେବ୍ରୁଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି 5.9 ପ୍ରତିଶତ ଥିଲା। ଯେତେବେଳେ କି 2023 ମାର୍ଚ୍ଚ ମାସରେ ଏହି ହାର 5.66 ପ୍ରତିଶତ ଥିଲା।  ନ୍ୟାସନାଲ ଷ୍ଟେଟିକଲ ଅଫିସ ଏନଏସଓ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି।



ଅଧିକ ପଢ଼ନ୍ତୁ ଦେଶ ଖବର:

Post a Comment (0)
Previous Post Next Post