ଅର୍ଗସ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ହରଡୋଖୋଳ ଠାରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗସ୍ତ ହୋଇଛି। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗତ ବିଳମ୍ବିତ ରାତିରେ ପ୍ରଧାନ ନାମକ ଏକ ଘରୋଇ ବସ ଜୟପୁରରୁ କଟକକୁ ଯାଉଥିବା ବେଳେ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପିଟିଥିଲା ।
ଫଳରେ ଚାପି ହୋଇ ଘଟଣାସ୍ଥଳରେ ଡ୍ରାଇଭର ଡମ୍ବରୁ ଧର ସ୍ୱାଇଁ ଓ ହେଲପର ଶିବରାମ ଗଉଡଙ୍କ ମୃତ୍ୟୁ ହୋଇଥିଲା। ସ୍ୱାଧୀନ ଗଉଡ ଗୁରୁତର ଆହତ ହୋଇଥିବାବେଲେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାରମ୍ଭିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବସରେ ଥିବା ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
