ବାପା ଫଳ ଦୋକାନୀ, ଝିଅ ମାଟ୍ରିକରେ A-1 ଗ୍ରେଡ

 ଝାରସୁଗୁଡା : ବାପା ଫଳ ଦୋକାନୀ କିନ୍ତୁ ଝିଅ ଝିଅ ମାଟ୍ରିକରେ  ପାଇଲା A-1 ଗ୍ରେଡ।  ସଫଳତା କୁ ହାତମୁଠାରୁ ଛଡାଇପାରିଲାନି ଦାରିଦ୍ରତା।  ରୂପାଙ୍କ ଏହି ସଫଳତାରେ ପରିବାର ସହ ଅଞ୍ଚଳରେ ଖେଳି ଯାଇଛି ଖୁସିର ଲହରି।  ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳର ଓମ୍ ପ୍ରକାଶ ସା ଏବଂ ପୁରନ୍ଦା ସା ଙ୍କ ଝିଅ ରୂପା ସା।  ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ  ଏ ୧ ଗ୍ରେଡ ହାସଲ କରିଛନ୍ତି ରୂପା । ରୂପା କୁହନ୍ତି ପରୀକ୍ଷା ପାଇଁ ସେ ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରିଥିଲେ।  ବିଦ୍ୟାଳୟର ଶିକ୍ଷକ ମାନେ ମଧ୍ୟ ସମସ୍ତ ସହଯୋଗ କରିଛନ୍ତି ।  ଆଗକୁ ଯୁକ୍ତ ୨ ବିଜ୍ଞାନ ପଢିବା ସହିତ ଭବିଷ୍ୟତରେ ଜଣେ  ଆଇଏଏସ ଅଫିସର ହୋଇ ଲୋକମାନଙ୍କ ସେବା କରିବା ପାଇଁ ଆଶା ରଖିଛନ୍ତି ରୂପା ।  

ରୂପାଙ୍କର ଏହି ସଫଳତାରେ ବାପା ମାଙ୍କ ଛାତି କୁଣ୍ଢେ ମୋଟ। ଝିଅ ଆମର ଦିନ ରାତି ପରିଶ୍ରମ କରୁଥିଲା ଯାହାର ଫଳ ସେ ପାଇଛି ବୋଲି କହିଛନ୍ତି ବାପା ମା। 
 ରୂପା ପ୍ରଥମରୁ ଜଣେ ମେଧାବୀ ଏବଂ କଠିନ ପରିଶ୍ରମୀ ହୋଇଥିବା ବେଳେ ଏବେ ଏହାର ଫଳ ତାଙ୍କୁ ମିଳିଛି। ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିଲେ ମଧ୍ୟ ନିଜର ନିଷ୍ଠା ଏବଂ ଅଧ୍ୟବସାୟ ତାଙ୍କର ଭବିଷ୍ୟତର ମାର୍ଗକୁ ପ୍ରଶସ୍ତ କରିଛି।  ତାଙ୍କ ବାପା ଓମ୍ ପ୍ରକାଶ ସା ଏକ ଫଳ ଦୋକାନ କରିଥିବା ବେଳେ ମା ଜଣେ ଗୃହିଣୀ। ରୂପାଙ୍କ ସଂଘର୍ଷ ଏବଂ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ଗିରିଧାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୂପାଙ୍କ ଏହି ସଫଳତା ପରେ ଅଞ୍ଚଳରେ ଖୁସିର ମହୋଲ ସୃଷ୍ଟି କରିଛି। ତାଙ୍କର ଏହି ସଫଳତା ପରେ ସବୁଠୁ ତାଙ୍କୁ ଶୁଭେଛା ଛୁଟୁଛି। 

ଅଧିକ ଦେଖନ୍ତୁ : 


Post a Comment (0)
Previous Post Next Post