ଅର୍ଗସ ବ୍ୟୁରୋ: ଗରମରେ ସିଜୁଛି ପୁରା ଦେଶ । ତାତିରେ ଆଉଟୁ ପାଉଟୁ ହେଉଛନ୍ତି ମଣିଷଠୁ ଆରମ୍ଭ କରି ପଶୁପକ୍ଷୀ । ଗତକାଲି ରାଜସ୍ଥାନର ଚୁରୁରେ ତାପମାତ୍ରା ସବୁ ରେକର୍ଡ ଭାଙ୍ଗି 50 ଡିଗ୍ରୀ ପାର୍ କରିଥିବାବେଳେ ଆଜି ଦିଲ୍ଲୀର ତାପମାତ୍ରା ସବୁ ରେକର୍ଡ ଭାଙ୍ଗି ଦେଇଛି । ଦିନରେ ଦିଲ୍ଲୀର ତାପମାତ୍ରା 52.3 ଡିଗ୍ରୀ ରେକର୍ଡ ହୋଇଛି । ଦିଲ୍ଲୀର ମଙ୍ଗେଷପୁରରେ ତାପମାତ୍ରା 52.3 ଡିଗ୍ରୀ ରେକର୍ଡ ହୋଇଛି । ଯାହା ଏବେ ସୁଦ୍ଧା ସବୁଠୁ ଅଧିକ ।
ଅନ୍ୟପଟେ ରାଜ୍ୟରେ ଉପରମୁହାଁ ରହିଛି ପାରଦ । ପଶ୍ଚିମରେ ଅସହ୍ୟ ତାତିକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ତାତି ସହ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବଲାଙ୍ଗୀର ,ସୋନପୁର ,ଝାରସୁଗୁଡା, ବୌଦ୍ଧ ,କନ୍ଧମାଳ ଓ କଳାହାଣ୍ଡି ଏହି ଜିଲ୍ଲା ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅନୁଗୁଳ,କେନ୍ଦୁଝର ,ନୂଆପଡା,ସୁନ୍ଦରଗଡ ରେ ଗ୍ରୀଷ୍ମ ପ୍ରଵାହ ରହିବ। ଏହାସହ ଉଷ୍ମ ରାତ୍ରିର ଅନୁଭୂତି ହେବାର ସମ୍ଭାବନା ରହିଛି ।
ସେହିପରି ୩୧ ରେ ମଧ୍ୟ କିଛି ଜିଲ୍ଲା ଯେପରିକି ଝାରସୁଗୁଡା ସୁନ୍ଦରଗଡ ,ସମ୍ବଲପୁର ,ବୌଦ୍ଧ, ସୋନପୁର ,ବଲାଙ୍ଗୀର ନୂଆପଡା ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ରହିବାର ସମ୍ଭାବନା ରହିଛି । ୩୧ ତାରିଖ ଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।
