6 ଓ 8 ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

 ଅର୍ଗସ ବ୍ୟୁରୋ: ଆଗାମୀ 48 ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।   ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ରହିଛି । 



ଏନେଇ 6 ଓ 8 ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି  । 2 ଦିନ ପ୍ରବଳ ଝଡ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି ହୋଇଛି । ୬ ଓ ୮ ତାରିଖ ଦୁଇ ଦିନ ସମୁଦ୍ର ନଯିବାକୁ IMD ତରଫରୁ ପରାମର୍ଶ ଦିଆଯାଇଛି । ଉତ୍ତର ଓଡ଼ିଶା ଉପକୂଳରେ ୪୦ ରୁ ୫୦ କିମି ବେଗରେ ପବନ ସହ ବଡ଼ ଜୁଆର ଆସିବା ସମ୍ଭାବନା ରହିଛି । 

ତେବେ 24 ଘଣ୍ଟାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି କୁହାଯାଇଛି। ଆସନ୍ତା 7 ଓ 8 ତାରିଖ ବେଳକୁ ତାପମାତ୍ରା 3ରୁ 6 ଡିଗ୍ରୀ ହ୍ରାସ ପାଇବ।

ଆସନ୍ତା ଦୁଇ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ହେବ

Post a Comment (0)
Previous Post Next Post