ମୋଦିଙ୍କ ପରେ ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ


 

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କାଲି ସେ ଓଡିଶା ଆସିବେ । ଭବାନୀପାଟଣା ଓ ରାୟଗଡାରେ ସେ ଜନସଭାକୁ ସମ୍ବୋଧିତ କରିବେ । ୮ ତାରିଖରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଦୁଇଟି ସ୍ଥାନରେ କାର୍ଯ୍ୟକ୍ରମ ରହିଛି । ରାଜନାଥ  କୋରାପୁଟ ଓ ନବରଂଗପୁରରେ ଜନସଭା କରିବେ ।  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୯ରେ ଓଡିଶା ଆସିବେ ।  ସେ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ୯ରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁରୀର କୃଷ୍ଣପ୍ରସାଦରେ ବିରାଟ ସମାବେଶ କରିବେ ।  

୯ ତାରିଖ - 
(୧) କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ପୁରୀ ର କୃଷ୍ଣ ପ୍ରସାଦ ରେ ବିରାଟ ସମାବେଶ କରିବେ
(୨) ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନବରଙ୍ଗପୁର ର ତିନୋଟି ସ୍ଥାନରେ ସଭା କରିବେ
(୩) ଆସାମ ର ମୁଖ୍ୟମନ୍ତ୍ରୀ ମାଲକାନଗିରି, ଚିତ୍ରକୁଣ୍ଡା ଏବଂ ଖଲ୍ଲିକୋଟ ଗସ୍ତ କରିବେ
 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Post a Comment (0)
Previous Post Next Post