ଅର୍ଗସ ବ୍ୟୁରୋ: ବିବାଦୀୟ ଡଙ୍କାରୀ ପାହଡରେ ଶ୍ରମିକର ମୃତ୍ୟୁ । ଘଟଣାକୁ ନେଇ ଉତ୍ତେଜନା । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଡଙ୍କାରୀ ପାହାଡରେ ପୁଣି ଘଟିଛି ଅଘଟଣ । ମାଟି ଅତଡା ଧସି ଜଣେ ଶ୍ରମିକର ମୃତଦେହ ଉଦ୍ଧାର ହୋଇଥିବାବେଳେ ତିନି ଜଣ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ପାହାଡରେ କଳାପଥର ଖାଦାନରେ ମାଟି ଅତଡ଼ା ଧସିଯାଇଛି । ପାଖାପାଖି ଶହେ ଟ୍ରିପ କଳାପଥର ଖସି ପଡିଛି। ବେଆଇନ କଳାପଥର ଖାଦାନରେ ବିଳମ୍ବିତ ରାତିରେ ଡ୍ରିଲ ହେଉଥିବାବେଳେ ମାଟି ଅତଡ଼ା ଧସିଯାଇଛି ।
ତଳେ ତିନିଜଣ ଆନ୍ଧ୍ରପ୍ରଦେଶର ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଜଣେ ଶ୍ରମିକର ମୃତଦେହ ଉଦ୍ଧାର I ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ I ମାଫିଆଙ୍କ ଭୟରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସୁନାହାନ୍ତି। ସେପଟେ ଜେନାପୁର ପୋଲିସର ନିଷ୍କ୍ରିୟତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେପଟେ ବିଜେପି ନେତ୍ରୀ ସ୍ମୃତିରେଖା ପହୀ ଘଟଣା ସ୍ଥଳ ପରିଦର୍ଶନ କରି ପ୍ରଶାସନ ଉପରେ ବର୍ଷିଚନ୍ତି। ଆଗାମୀ 24 ଘଣ୍ଟା ଭିତରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
