ଚମ୍ପୁଆରେ ସିରିଜ୍ ଦୁର୍ଘଟଣା, ୫ ମୃତ



 ଅର୍ଗସ ବ୍ୟୁରୋ : ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ସିରିଜ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି । କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁଇଟି ଟ୍ରକ୍ ଧକ୍କା ଦେବା ଫଳରେ କାର୍ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ଅନୁସାରେ କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ଦୁର୍ଘଟଣା ଘଟିଛି । ଟ୍ରକ୍-କାର୍-ଟ୍ରକ୍ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ‌ହୋଇଛି । ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । 

Post a Comment (0)
Previous Post Next Post