ନେତୃତ୍ବ କଏଦ୍‌, ରିମୋଟ୍‌ରେ ଚାଲୁଛି ଓଡ଼ିଶା ସରକାର



 ଭୁବନେଶ୍ୱର:  ପାଣ୍ଡିଆନଙ୍କ ଉପରେ ଜୋରଦାର ବର୍ଷିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ…କହିଲେ, ଏଠି ନେତୃତ୍ବ କଏଦ, ରିମୋଟ୍‌ରେ ଚାଲୁଛି ଓଡ଼ିଶା ସରକାର । କେମିତି ହଜିଲା ରତ୍ନଭଣ୍ଡାର ଚାବି। ରାଜ୍ୟକୁ ଲୁଟୁଛନ୍ତି ତାମିଲ ବାବୁ। ବିଜେଡି ରାଜ୍ୟକୁ ଦେଇଛି ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, କୋଲ୍‌ ମାଫିଆ।   ମୋଦି ବିକାଶ ଦେଉଥିବା ବେଳେ, ବିଜେଡି ରାଜ୍ୟକୁ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, କୋଲ୍‌ ମାଫିଆ ଦେଇଛି ବୋଲି କହିଛନ୍ତି ସ୍ମୃତି ଈରାନୀ । ରତ୍ନଭଣ୍ଡାର ପ୍ରସଙ୍ଗରେ ବି ବର୍ଷିଛନ୍ତି ସ୍ମୃତି ଈରାନୀ । ରିମୋର୍ଟ କଣ୍ଟ୍ରୋଲରେ ଚାଲୁଥିବା ସରକାର ଚାବି କିପରି ହଜିଲା ବୋଲି କହିପାରିଲା ନାହିଁ । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିବ । କୌଣସି ବି ଗଡ଼ବଡ଼ ହେଲେ ମୋଦି ଛାଡ଼ିବେ ନାହିଁ ବୋଲି କହିଛନ୍ତି ସ୍ମୃତି ଈରାନୀ ।  ନବୀନ ବାବୁଙ୍କୁ କହିବା, ବୁଲିବା ପାଇଁ ବି ସ୍ବାଧୀନତା ନଥିବା କୁହାଯାଉଛି ।

ଠିକାଦାରକୁ ତାମିଲନାଡୁ ପଠାଇବାରୁ ଜନତାକୁ ଆହ୍ବାନ ଦେଇଛନ୍ତି ସ୍ମୃତି ଈରାନୀ । ମୋଦି ଚାଷୀଙ୍କୁ ୬ ହଜାର ଦେଲେ, ଏଠି ତାମିଲ ଠିକାଦାର ଖାଇଗଲେ । ପଇସା ପଠାଉଛନ୍ତି ମୋଦି, ହେଲେ ଠିକା ମିଳୁଛି ତାମିଲନାଡୁର ରିମୋର୍ଟ କଣ୍ଟ୍ରୋଲକୁ । କଂଗ୍ରେସ ଉପରେ ବି ବର୍ଷିଛନ୍ତି ସ୍ମୃତି ଈରାନୀ । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବରରେ ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ ।

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post