ଅର୍ଗସ ବ୍ୟୁରୋ: ତାତି କରୁଛି କଲବଲ । ପୁଣି ୪୫ ଡେଇଁଲା ତାପମାତ୍ରା । ଆଜି ଦିନ ସାଢେ ୨ଟା ସୁଦ୍ଧା ୪୫ ଦଶମିକ ୬ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁରରେ ୪୫ . ୨ ଡିଗ୍ରୀ ତାପମାତ୍ରା ରେକର୍ଡ। ସେହିପରି ହୀରାକୁଦରେ ୪୪ . ୮ ଡିଗ୍ରୀ, ରାଉରକେଲାରେ ୪୩ . ୬ ଡିଗ୍ରୀ ।ରାଜ୍ୟରେ ଉପର ମୁହାଁ ପାରଦ । ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତିକୁ ଉପକୂଳରେ ଅହସ୍ୟ ଗୁଳୁଗୁଳି ।
ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ତାତି ସହ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ବୌଦ୍ଧ, କନ୍ଧମାଳ, ଓ କଳାହାଣ୍ଡିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ।
ଅନୁଗୁଳ, କେନ୍ଦୁଝର, ନୂଆପଡା ଓ ସୁନ୍ଦରଗଡରେ ଗ୍ରୀଷ୍ମ ପ୍ରବାହ ରହିବ । ଏହାସହ ରାତିରେ ବି ଉଷ୍ମତା ଅନୁଭୂତ ହେବାର ସମ୍ଭାବନ ରହିଛି । ସେହିପରି ୩୧ରେ ମଧ୍ୟ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିବାର ସମ୍ଭାବନା ରହିଛି । ୩୧ ତାରିଖ ପାଇଁ ୯ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି । ୩୧ ତାରଖ ଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି।
