ପୁନେ ପୋର୍ସେ ଗାଡି ଦୁର୍ଘଟଣା ମାମଲା, ରକ୍ତ ନମୁନାକୁ ଅଦଳବଦଳ କରିଥିବା ଦୁଇ ଡାକ୍ତର ଗିରଫ

 ଅର୍ଗସ ବ୍ୟୁରୋ:  ପୁନେ ପୋର୍ସେ ଗାଡି ଦୁର୍ଘଟଣା ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ମିଳୁଛି । ଗାଡି ଚଳାଉଥିବା ନାବାଳକର ରକ୍ତ ନମୁନାକୁ ଅଦଳବଦଳ କରିଥିବା ଅଭିଯୋଗରେ ଦୁଇଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି । ଦୁଇ ଦିନ ପୂର୍ବରୁ ୟେରଓ୍ବାଡା ଥାନାର ଜଣେ ଇନସପେକ୍ଟର ଓ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଥିଲା । ସେମାନେ ତଦନ୍ତରେ ତ୍ରୁଟି କରିବା ସହ ଘଟଣା ସମ୍ପର୍କରେ ବିଳମ୍ବରେ ଜଣାଇଥିଲେ। ଗତ ୧୯ ତାରିଖରେ ପୁନେରେ ବିଳମ୍ବିତ ରାତିରେ ପୋର୍ସେ ଗାଡି ଦୁଇଜଣଙ୍କୁ ଧକ୍କା ଦେଇଥିଲା।

ସେହି ଗାଡିକୁ ଜଣେ ନାବାଳକ ନିଶାସକ୍ତ ଅବସ୍ଥାରେ ଚଳାଉଥିବା ଅଭିଯୋଗ ହୋଇଛି ।ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି । ଏହି ମାମଲାରେ ନାବାଳକର ବାପା, ଜେଜେବାପାଙ୍କୁ ପୋଲିସ ଗିରଫ କରିଛି । ଅନ୍ୟପକ୍ଷରେ ନାବାଳକଙ୍କୁ ଜୁନ ୫ ପର୍ଯ୍ୟନ୍ତ ସ୍ୱଧାର ଗୃହରେ ରଖାଯିବ ।

ଅଧିକ ପଢ଼ନ୍ତୁ ଦେଶ ଖବର: 


Post a Comment (0)
Previous Post Next Post