ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ


 

ଅର୍ଗସ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ପାଇଁ ମତଦାନ ଶେଷ ହୋଇଥିବା ବେଳେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମକୁ ଶାଣିତ କରିଛି ବିଜେପି ଦଳ । ଅବକି ବାର ୪୦୦ପାର , ଓଡିଶା ମେ ବିଜେପି ସରକାର ବିଜେପି ନାରା ଦେଉଥିବା ବେଳେ ରାଜ୍ୟରୁ ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ବିଜେଡି ସରକାରକୁ ଶାସନ କ୍ଷମତାରୁ ତଡିବା ପାଇଁ ଯୋରଦାର ପ୍ରଚାର ଚାଲିଛି । ବିଜେପି ନିର୍ବାଚନି ମେନୁଫେଷ୍ଟୋ ଓ  ମୋଦି ଗ୍ୟାରେଣ୍ଟିକୁ ପ୍ରତ୍ୟେକଟି ଓଡିଆଙ୍କ ନିକଟକୁ ପହଂଚାଇବା ପାଇଁ ଦଳର କର୍ମୀମାନେ ଲାଗିପଡିଛନ୍ତି। 

ଲଗାତାର ବିଜେପି ଦଳର ଶିର୍ଷ ନେତୃତ୍ୱଙ୍କ ଓଡିଶା ଆଗମନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ବିଜେପି ଦଳର ଲୋକପ୍ରିୟ ନେତା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଜିଲ୍ଲାକୁ ମାରାଥନ ଗସ୍ତରେ ଆସୁଛନ୍ତି । ଆଜି ଗୋଟିଏ ଦିନରେ ଯଶିପୁର, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ସାରସକରଣା, ଉଦଳା, ମୋରଡା ଓ ବାରିପଦା ଆଦି ୭ଟି ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। 

ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ୬ଟି ନିର୍ବାଚନ ମଣ୍ଡଳୀର "ବିଜୟ ସଙ୍କଳ୍ପ ସମାବେଶ"ରେ କର୍ମୀ ଓ ସାଧାରଣ ଜନତାଙ୍କୁ ଉଦବୋଧନ ଦେବା ସହ ସନ୍ଧ୍ୟାରେ ବାରିପଦା ସହରରେ "ରୋଡ ସୋ" କାର୍ଯ୍ୟକ୍ରମରେ ଯୋଗଦେଇ ବାରିପଦାରେ ରାତ୍ରି ଯାପନ କରିବେ ।  ସେହିପରି ୨୭ ତାରିଖରେ ସକାଳ ୯ ଟା ସମୟରେ ବଡସାହିରେ ଅନୁଷ୍ଠିତ ନିର୍ବାଚନ ସଭାରେ ଯୋଗ ଦେବାପରେ ବାଲେଶ୍ଵର ଜିଲ୍ଲା ଅଭିମୁଖେ ଗସ୍ତ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 

Post a Comment (0)
Previous Post Next Post