ଲୋଭ ଦେଇ ଭୋଟ୍‌ ହାତେଇବାକୁ ଚେଷ୍ଟା କରୁଛି ବିଜେଡି !



 ଅର୍ଗସ ବ୍ୟୁରୋ : ତାମିଲବାବୁ କହିଲେ, ମାଗଣାରେ ବିଜୁଳି ପାଇବେ ଶହଶହ ଲୋକ । ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ବିଜୁଳି ବିଲ ଦେବାକୁ ପଡିବନି । ଦୀର୍ଘ ୨୪ ବର୍ଷର ଲମ୍ବା ଶାସନ କାଳ ପରେ ବି ନିର୍ବାଚନୀ ଇସ୍ତାହାରରେ ପ୍ରଥମ ଥର ପାଇଁ ଏଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇଛି ବିଜୁ ଜନତା ଦଳ । ଆଉ ଗଣମାଧ୍ୟମରେ ଘନଘନ ବିଜ୍ଞାପନ ସହ ନିର୍ବାଚନୀ ସଭାରେ ସମାନ କଥା କହି ବୁଲୁଛନ୍ତି ବିଜେଡିର ନଂ-୨ ନେତା । 

ବିଜେଡି ଘୋଷଣା କରିଛି ଯେ ମାସିକ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କରୁଥିବା ଗ୍ରାହକ ଆଦୌ ବିଜୁଳି ବିଲ୍ ଦେବେନାହିଁ । ୧୦୦ରୁ ୧୫୦ ୟୁନିଟ ପର୍ଯ୍ୟନ୍ତ ଖର୍ଚ୍ଚ କଲେ ଗ୍ରାହକଙ୍କ ପାଇଁ ଛାଡ଼ ହେବ ୫୦ ୟୁନିଟ୍ । ଆଉ ୧୫୦ ୟୁନିଟରୁ ଅଧିକ ଖର୍ଚ୍ଚ କଲେ ଦେବାକୁ ପଡ଼ିବ ପୁରା ବିଲ୍। ହେଲେ ତଥ୍ୟ କହୁଛି, ରାଜ୍ୟରେ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୫୫ ଲକ୍ଷ । ଏପରି ସ୍ଥଳେ ରାଜ୍ୟର ୯୦ ପ୍ରତିଶତ ଗ୍ରାହକ ମାଗଣା ବିଜୁଳି କେମିତି ପାଇବେ ? ସେହିଭଳି ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୨ ଟଙ୍କା ୮୨ ପଇସା ଦେବାକୁ ପଡୁଥିବା ବେଳେ ତାମିଲନାଡ଼ୁର ଏକ ଘରୋଇ କମ୍ପାନୀକୁ ୨ ଟଙ୍କା ୫୨ ପଇସାରେ କେମିତି ବିକ୍ରି ହେଉଛି ବୋଲି ପ୍ରଶ୍ନ ଉଠାଇଥିଲେ ବିଜେପି ସାଂସଦ ଅପରାଜିତ ଷଡ଼ଙ୍ଗୀ।

ଏପଟେ ବିଜେଡିର ବିଜୁଳ ଥୋପ ଆଉ ଗ୍ରାଉଣ୍ଡରେ ବାସ୍ତବତା ଭିତେର ବି ଆକାଶ ପାତାଳ ଫରକ। କାରଣ ଗ୍ରାହକଙ୍କ ଅଭିଯୋଗ, ଗୋଟିଏ ବଖରା ଘରେ ଗୋଟିଏ ବଲ ଆଉ ଅନ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ବ୍ୟବହାର ହେଲେ ତାହା ମାସିକ ୧୦୦ ୟୁନିଟ୍ ଟପି ଯାଉଛି । ଏପରି ସ୍ଥଳେ ଟିଭି, ଫ୍ରିଜ୍ ଓ ଅନ୍ୟ ଉପକରଣ ଏବଂ ଖରାଦିନେ ଏସି, କୁଲର ଆଦି ବ୍ୟବହାର କଲେ, ଗ୍ରାହକ ମାଗଣାରେ ବିଜୁଳି ପାଇବା ଆଶା କେବଳ ସ୍ୱପ୍ନରେ ହିଁ ରହିଯିବ । ବିଜେଡି ଘୋଷଣାର ବହୁ ବର୍ଷ ଆଗରୁ ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ତେଲେଙ୍ଗାନା ଆଦି ରାଜ୍ୟ ସରକାରମାନେ ଘରୋଇ ଗ୍ରାହକଙ୍କୁ ସର୍ବନିମ୍ନ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ଓଡ଼ିଶାରେ ସବସିଡି ଛାଡ଼ ନଥାଇ ବି ଏତେ ପଛରେ ବିଜେଡିର ଏଭଳି ୯୦ ପ୍ରତିଶତ ପରିବାରକୁ ମାଗଣା ବିଜୁଳି ପ୍ରତିଶ୍ରୁତି କେବଳ ନିର୍ବାଚନୀ ଧୂଆଁବାଣ ଏ କଥା ପ୍ରମାଣିତ ହୋଇଛନ୍ତି । 

Post a Comment (0)
Previous Post Next Post