ଦୁଇଟି ଜିଲ୍ଲା ଗସ୍ତରେ ଯାଇ ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିବେ ଧର୍ମେନ୍ଦ୍ର


 

ଅର୍ଗସ ବ୍ୟୁରୋ:  ନୂଆପଡ଼ା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଳା ଗସ୍ତରେ ଯାଇ ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଡ଼ିଆଳ ସହରରେ ଏକ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ l ଏନେଇ ଖଡ଼ିଆଳଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l କାର୍ଯ୍ୟକ୍ରମକୁ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପ୍ରତି ବୁଥରୁ ବିଜେପି କର୍ମୀ ଆସିବେ l ଦଶ ହଜାର କର୍ମୀଙ୍କୁ ନେଇ ନିର୍ବାଚନୀ ସାଧାରଣ ସଭା ହେବା ନେଇ କାର୍ଯ୍ୟକ୍ରମ ରହିଛି l ଏହାସହ ଖଡ଼ିଆଳ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା କଣ୍ଟାବାଞ୍ଜିରେ ଜନସଭାକୁ କରିବେ ସମ୍ବୋଧନ। ଟିଟଲାଗଡ଼ ଓ ଲୋଇସିଂହାରେ ବି ସାଧାରଣସଭାରେ କରିବେ ଯୋଗଦାନ। ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post