`ଓଡ଼ିଶାରେ ପରିବର୍ତ୍ତନ କରିବା କଳାପାହାଡ଼କୁ ତଡ଼ିବା'


 

ଅର୍ଗସ ବ୍ୟୁରୋ: ନିମାପଡ଼ା, କାକଟପୁର, ପାରାଦୀପ, ଜଗତସିଂହପୁର, ତିର୍ତ୍ତୋଲ ଓ ଧାମନଗର । ଦଳୀୟ ପ୍ରାର୍ଥୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଗୋଟିଏ ଦିନରେ 6-6ଟି ନିର୍ବାଚନୀ ମଣ୍ଡଳୀରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାନ୍ଦବାଲିରେ ବିଶାଳ ରୋଡ୍ ସୋ ସହ କରି ପଦ୍ମ ଫୁଲରେ ଭୋଟ୍ ପାଇଁ ନିବେଦନ କରିଛନ୍ତି । ଏଥିସହ ବିଜୟ ସଙ୍କଳ୍ପ ସମାବେଶରେ ନବୀନ ସରକାର ଓ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ନିମାପଡ଼ାରେ ନିର୍ବାଚନୀ ପ୍ରଚାରରେ ବର୍ଷିଲେ ଧର୍ମେନ୍ଦ୍ର । କହିଲେ, ଏଠି ଗୁମାସ୍ତାର ଜଣେ କ୍ରୀତଦାସ ଅଛି । ଓଡ଼ିଆ ମେଧାବୀ ପିଲାଙ୍କୁ ମାହାଲମାଣ୍ଡା ବନାଉଥିବା ଦଲାଲ୍ ଜେଲ୍ ଯିବ । `ମାହାଲମାଣ୍ଡା ବନାଉଥିବା ଦଲାଲ୍ ଯିବ ଜେଲ୍' ।

କାକଟପୁରରେ ତାମିଲରୁ ଆସିଥିବା କଳାପାହାଡ, ସିନ୍ଧି ଚୋର, ଭଡ଼ାଟିଆ, ଗୁମାସ୍ତାକୁ ଓଡ଼ିଶାରୁ ତଡ଼ିବା ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପାରାଦୀପରେ ବିଜୟ ସଙ୍କଳ୍ପ ସମାବେଶରେ ବିଜେପି ସରକାରରେ ଅପାର ସମ୍ଭାବନାର ଅଞ୍ଚଳ ଓଡ଼ିଶାର ଭାଗ୍ୟଦୀପ ପାରାଦୀପରୁ ଉଦୟ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର । `ଓଡ଼ିଶାର ଭାଗ୍ୟଦୀପ ପାରାଦୀପରୁ ଉଦୟ ହେବ' । ତିର୍ତ୍ତୋଲ ସଭାରେ 24 ବର୍ଷ ଶାସନରେ ଭଲ କାମ କରିଥିବା ଡିଣ୍ଡିମ ପିଟୁଥିବା ବିଜେଡି ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । `24 ବର୍ଷ ଶାସନରେ କି ଭଲ କାମ କରିଛ ?' ସମୟ ଆସିଛି, ସରକାର ବଦଳାଇବାର । ଜଗତସିଂହପୁର ବିଜୟ ସଂକଳ୍ପ ସମାବେଶରୁ ଆହ୍ବାନ୍ ଦେଇଛନ୍ତି ଧର୍ମେନ୍ଦ୍ର । ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଗରିବଙ୍କ ଆଶା ଓ ଆଂକକ୍ଷା ପୂରଣ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post