କୁନି ଛୁଆର ମହାନତା, ଅଙ୍ଗଦାନ କରି ଉଦାହରଣ ପାଲିଟଲା ପ୍ରତ୍ୟୁଷ



 ଭୁବନେଶ୍ୱର: କୁନି ଛୁଆର ମହାନତା । ଦୁନିଆ କଣ ଜାଣିବା ଆଗରୁ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛି ପ୍ରତ୍ୟୁଷ ପାଣିଗ୍ରାହୀ । ମାତ୍ର ବର୍ଷେ ୯ ମାସ ବୟସରେ ଅଙ୍ଗଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି ପ୍ରତ୍ୟୁଷ ଓ ତାଙ୍କ ବାପା ମାଆ । 

ପୁଅକୁ ହରାଇବା ପରେ ବି ତାର ଅଙ୍ଗଦାନ ନିଷ୍ପତ୍ତି ନେଇଛନ୍ତି ଗୌରୀ ଶଙ୍କର ପାଣିଗ୍ରାହୀ ଓ ଶର୍ମିଷ୍ଠା ପାଣିଗ୍ରାହୀ । ପ୍ରତ୍ୟୁଷ ଭୁବନେଶ୍ବର ସମ୍‌ ହସ୍ପିଟାଲରେ ଜନ୍ମ ନେଇଥିଲେ । 

ଜନ୍ମର ୪ ମାସ ପରେ ମସ୍ତିଷ୍କରେ ସମସ୍ୟା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ଆଜି ତାଙ୍କର ବ୍ରେନ ଡେଡ୍‌ ଘୋଷଣା କଲେ ଡାକ୍ତର । 

ଆଉ ପୁଅର ମୃତ୍ୟୁ ପରେ ଶୋକାକୁଳ ପରିବାର ପୁଅର ଅଙ୍ଗ ଦାନ କରିଛନ୍ତି ବାପା-ମା । 
 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post