ପୁରୀ : ଟିକେଟ୍ ଫେରାଇଲେ ସୁଚରିତା ମହାନ୍ତି । ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇଥିବା ସୂଚନା ରହିଛି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ପଠାଇଛନ୍ତି ଇ-ମେଲ । ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇଥିବା AICCକୁ ଜଣାଛନ୍ତି । ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ଲୋକସଭା ଅଧୀନ ୭ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି । ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲି ବୋଲି କହିଛନ୍ତି ସୁଚରିତା । ତେବେ ମେ ୨୫ରେ ତୃତୀୟ ପର୍ଯ୍ୟାୟରେ ହେବ ପୁରୀରେ ନିର୍ବାଚନ । ତୃତୀୟ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖ ୬ ତାରିଖ ।
