ଏହି ଫଳ ଶରୀର ପାଇଁ ବର ଦାନ ସଦୃଶ୍ୟ

 ଅର୍ଗସ ବ୍ୟୁରୋ: ଋତୁ ଅନୁଯାୟୀ ସବୁ ଫଳର ମହତ୍ତ୍ବ ରହିଥାଏ। କୁହାଯାଏ ଯେଉଁ ଋତୁରେ ଯେଉଁ ଫଳ ମିଳୁଛି ତାହା ଖାଇବା ଆବଶ୍ୟକ।ଏହା ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ। ଯେମିତି କି ବର୍ତ୍ତମାନ ଆତର ସିଜନ୍ ଚାଲିଛି। ଖରାଦିନ ଆସିଲେ ହିଁ ଆତ ଖାଇବାକୁ ମିଳେ। ଆଉ କେବଳ ଖରାଦିନେ ହିଁ ସୁଆଦିଆ ଲାଗେ। ।ଏହା ସ୍ଵାସ୍ଥ ପାଇଁ ଅମୃତ ଫଳ କୁହାଯାଏ। ଏହି ଫଳ ଶରୀର ପାଇଁ ବର ଦାନ ସଦୃଶ୍ୟ । 

ଡାକ୍ତରଙ୍କ କହିବା ଅନୁସାରେ ଏହି ଫଳରେ ଭିଟାମିନ ସି ଆଉ ଆଇରନ ସମେତ ଅନେକ ପୋଷକ ତ୍ତତ୍ଵରେ ଭରପୂର। ସେଥି ପାଇଁ ଏହା ଶରୀରରକୁ ଏହା ଅନେକ ଲାଭ ଯୋଗାଇ ଥାଏ । ଏହି ଫଳରେ ଆଣ୍ଟିଅକ୍ସାଇଡ ଭରପୂର ରହିଛି ।ଏହାକୁ ଖାଇବା ଦ୍ଵାରା ହାର୍ଟ ସମସ୍ୟା ଦୂର ହୋଇଥାଏ । ବଡ୍ଲ ପ୍ରେସର ରୋଗୀଙ୍କ ପାଇଁ ଆତ ବହୁତ ଭଲ ହୋଇଥାଏ । 

କୁହାଯାଏକି ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଫାଇଦା ହୋଇଥାଏ । ଆତ ଖାଇବା ଦ୍ଵାରା ମଧୁମେହର ସ୍ତର କୁ ନିୟନ୍ତ୍ରଣରେ ରଖିଥାଏ । ତାହା ସହ ହଜମ ପ୍ରକ୍ରିୟା ଭଲରେ କରିବାରେ ସାହାର୍ଯ୍ୟ କରିଥାଏ । ଯାହାକି ଅନେକ ରୋଗରୁ ମୁକ୍ତି ଦେଇଥାଏ । ତାହା ସହ ଡାଏରିୟା ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । 

ଅଧିକ ପଢନ୍ତୁ ଜୀବନଶୈଳୀ ଖବର 


Post a Comment (0)
Previous Post Next Post