ଖରାଦିନେ ଆଖି ଲାଲ ପଡେ କାହିଁକି ?

 ଅର୍ଗସ ବ୍ୟୁରୋ: ଖରାଦିନେ ଅନେକ ଲୋକଙ୍କଠାରେ ଆଖି ସଂକ୍ରମଣ ଦେଖାଯାଇଥାଏ । ଏହାଦ୍ୱାରା ଆଖି ଜଳିବା, କୁଣ୍ଡେଇ ହେବା ଏବଂ ଲାଲ ପଡିବା ଭଳି ସମସ୍ୟା ଦେଖାଯାଇଥାଏ । ପ୍ରାୟ 99% ଲୋକଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଏ । ଆଉ ଏହି ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ମହଙ୍ଗା ଔେଷଧ ବ୍ୟବହାର କରନ୍ତି ।  କିନ୍ତୁ ବେଳେବେଳେ ଏହା କାମ କରେନି ।ତେବେ ଆଖି କାହିଁକି ଲାଲ ହୁଏ ଏବଂ ଏହି ସମସ୍ୟା କେମିତି ଦୂର ହେବ ପଢନ୍ତୁ...

ଡାକ୍ତରଙ୍କ କହିବା ଅନୁଯାୟୀ ଆଖି ଲାଲ ହେବାର ଅନେକ କାରଣ ଥାଇପାରେ ଯେମିତିକି ଉତ୍ତାପ ବୃଦ୍ଧି, ଆଖିରେ ସିଧାସଳଖ ସୂର୍ଯ୍ୟ କିରଣ ପଡିବା, ଆଖିରେ ଝାଳ ଏବଂ ଧୂଳି ପଶିବା, କିଛି ଆଲର୍ଜି ପ୍ରତିକ୍ରିୟା, ଜୀବାଣୁ, ଭାଇରାଲ୍ ସଂକ୍ରମଣ ଏବଂ କଞ୍ଜୁକଟିଭାଇଟିସ୍ ଭଳି ଅନେକ କାରଣ ହୋଇପାରେ।ତେବେ ଏହାକୁ ଦୂର କରିବା ପାଇଁ ଆପଣ ଏକ ବରଫ ଖଣ୍ଡ ନେଇ 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ଆଖିରେ ଥାପନ୍ତୁ । ଏହା କରିବା ଦ୍ୱାରା ଆଖିକୁ ଆରାମ ମିଳିବା ସହିତ ଆଖି ଜଳିବା ମଧ୍ୟ ଦୂର ହେବ। ମନେରଖନ୍ତୁ ପ୍ରଥମେ ହାତକୁ ଭଲ ଭାବରେ ଧୋଇ ପରେ ଆଖିକୁ ଛୁଅଁନ୍ତୁ। ଆଖିର ଶୁଷ୍କତା ସମସ୍ୟାକୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଜରୁରୀ ଅଟେ, ଯାହାଦ୍ୱାରା ଶରୀର ହାଇଡ୍ରେଟ୍ ରହିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପାଣି ଶରୀରକୁ ସଂକ୍ରମଣରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।

ତେବେ ଖରାଦିନେ ଆଖିକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବାହାରକୁ ଯିବାବେଳେ UV ସୁରକ୍ଷା ଥିବା ଚଷମା ପିନ୍ଧିବା ଆବଶ୍ୟକ। ଏହା ସୂର୍ଯ୍ୟ କିରଣ ଏବଂ ଧୂଳିରୁ ରକ୍ଷା କରିଥାଏ। ତାସହିତ ବାହାରୁ ଆସିବା ପରେ ଆଖିକୁ ଥଣ୍ଡା ପାଣିରେ ଧୋଇବା ଆବଶ୍ୟକ। ଏହି ସବୁ ପଦକ୍ଷେପ ଅନୁସରଣ କଲେ ଆପଣ ଖରାଦିନେ ଆଖି ସମସ୍ୟାରୁ ଦୂରେଇ ରହିବେ।

ଅଧିକ ପଢନ୍ତୁ ସ୍ୱାସ୍ଥ୍ୟ ଖବର


Post a Comment (0)
Previous Post Next Post