ନବୀନଙ୍କୁ ବାଜାବାଣ ବଜାଇ ଏଠାରୁ ବିଦା କରିଦିଅନ୍ତୁ: ମୋଦି


 

ବଲାଙ୍ଗିର: ବଲାଙ୍ଗିର ସଂକଳ୍ପ ସମାବେଶ ସଭାରେ ବର୍ଷିଲେ ମୋଦି।  ରାଜ୍ୟ ସରକାରଙ୍କୁ ଧୋଇଲେ ମୋଦି। ନବୀନଙ୍କୁ ବାଜାବାଣ ବଜାଇ ଏଠାରୁ ବିଦା କରିଦିଅନ୍ତୁ। ନବୀନ ବାବୁ ଯଦି ଏଠାକୁ ପ୍ରଚାରରେ ଆସନ୍ତି, ତେବେ ତାଙ୍କୁ ପଚାରିବେ ନବୀନଙ୍କୁ ବିନା କାଗଜରେ କଣ୍ଟାବାଂଜିର ୧୦ ଗାଁ ନାଁ  କୁହନ୍ତୁ। ନବୀନ କଣ୍ଟାବାଂଜିର ୧୦ଟି ଗାଁ ନାଁ ବି କହିପାରିବେନି। ସେ ଆପଣଙ୍କ ସହ ନାହାନ୍ତି, ସେ ଆପଣଙ୍କ ଦୁଃଖ ବୁଝିପାରିବେନି। ସେଥିପାଇଁ ଧନୀ ଓଡ଼ିଶାର ଲୋକମାନେ ଗରିବ ବୋଲି କହିଲେ ମୋଦି।

ଅଧିକ ପଢନ୍ତୁ :ବିଜେଡିର ବିଦାୟୀ କାଉଣ୍ଟଡାଉନ ଆରମ୍ଭ: ମୋଦି

ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି। ଓଡ଼ିଶାକୁ ଏହି ସଂକଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି। ଜୁନ୍‌ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌।  ଜୁନ୍‌ ୧୦ରେ ବିଜେପି ସରକାର ଶପଥ ନେବ, ଆପଣମାନଙ୍କୁ ନିମନ୍ତ୍ରଣ ରହିଲା ବୋଲି କହିଛନ୍ତି ମୋଦି। ଓଡ଼ିଶା ମାଟିରେ ଜନ୍ମିତ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବ, ଏହା ମୋଦି ଗ୍ୟାରେଣ୍ଟି । ଧନୀ ଓଡ଼ିଶାର ଗରିବ ଲୋକ ଆଜି ଗରିବୀ ସହ ଯୁଝୁଛନ୍ତି।  ପ୍ରାକୃତିକ ସଂପଦରେ ଭରପୂର ଓଡ଼ିଶା ପୂରା ବରବାଦ ହୋଇଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର

Post a Comment (0)
Previous Post Next Post