ଦେହ ବ୍ୟବସାୟ ସନ୍ଦେହରେ ଦୁଇ ଜଣ ମହିଳା ସମେତ ଦୁଇ ଜଣ ଯୁବକକୁ ମାଡ଼

 ଅର୍ଗସ ବ୍ୟୁରୋ:  ଦେହ ବ୍ୟବସାୟ ସନ୍ଦେହରେ ଦୁଇ ଜଣ ମହିଳା ସମେତ ଦୁଇ ଜଣ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଲକ୍ଷ୍ମୀପାଟଣା ଗାଁରେ ଏକ କୁଡିଆ ଘରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଜଣେ ଯୁବକ ଆସି କିଛି ମହିଳାଙ୍କୁ ରଖି ଦେହ ବ୍ୟବସାୟ କରୁଥିବା ଅନୁମାନ କରି ବାରମ୍ବାର ବିରୋଧ କରୁଥିଲେ ଗ୍ରାମବାସୀ ।



ଶେଷରେ ଗାଁର ମହିଳା ଓ ପୁରୁଷ ଏକାଠି ହୋଇ ଘରର କବାଟ ଭାଙ୍ଗି 4ଜଣ ମହିଳା ଓ ପୁରୁଷଙ୍କୁ ଘରୁ ଟାଣିନେଇଥିଲେ । ଗଛରେ ବାନ୍ଧିବା ସହ ନିର୍ଧୁମ ମାଡ଼ ଦେଇଥିଲେ । ଭୋଗରାଇ ପୋଲିସ ଗ୍ରାମବାସୀଙ୍କ କବଳରୁ 4ଜଣଙ୍କୁ ଉଦ୍ଧାର କରିଛି । କିନ୍ତୁ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଗାଡ଼ିକୁ ଅଟକ ରଖିଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Post a Comment (0)
Previous Post Next Post