ନୁଡୁଲ୍ସ ନେଲା ଜୀବନ : ୫ ଅସୁସ୍ଥ, ଜଣେ ମୃତ

 ଅର୍ଗସ ବ୍ୟୁରୋ : ନୁଡୁଲ୍ସ ଖାଇବା ଖାଇବା ହେଲା କାଳ । ନୁଡୁଲ୍ସ ଖାଇ ଚାଲିଗଲା ଜୀବନ । ଯାହାକୁ ଏବେ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି ଭୟାଭୟ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ପିଲିଭିତର ଅଞ୍ଚଳରେ । ସୂଚନା ଅନୁସାରେ, ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ । ସମସ୍ତେ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ଜଣେ ୧୨ବର୍ଷର ଶିଶୁର ମୃତ୍ୟୁ ଘଟିଛି । କୁହାଯାଉଛି ଯେ ଫୁଡ୍ ପଏଜନିଂ କାରଣରୁ ମୃତ୍ୟୁ ହୋଇଛି ।

ଲୋକଙ୍କ କହିବାନୁସାରେ, ଗୁରୁବାର ରାତିରେ ପୁରନପୁର ଅଞ୍ଚଳରେ ନୁଡୁଲ୍ସ ଏବଂ ଭାତ ଖାଇବା ପରେ ତିନି ପିଲାଙ୍କ ସମେତ ପରିବାରର ମୋଟ ୬ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିଲେ । ଏହା ପରେ ସମସ୍ତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଶୁକ୍ରବାର ସମସ୍ତେ ଘରକୁ ଫେରିଥିଲେ । ହେଲେ ଶନିବାର ପୁଣି ଅସହଜ ଅନୁଭବ କରିବାରୁ ସମସ୍ତେ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ୧୨ବର୍ଷୀୟ ବାଳକ ରୋହନଙ୍କ ମୃତ୍ୟୁ ହୋଇଥିଲା ।  

ଅଧିକ ପଢନ୍ତୁ ଭାରତ ଖବର

ଏନେଇ ପରିବାର ଲୋକେ ନୁଡୁଲ୍ସ ଖାଇବା ପରେ ହୋଇଥିବା ଫୁଡ୍ ପଏଜନିଂ କାରଣରୁ ରୋହନଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କରିଥିବା ବେଳେ ଖାଦ୍ୟ ବିଭାଗର ଅଧିକାରୀ ଏହି ଦାବିକୁ ଅସ୍ୱୀକାର କରିଛନ୍ତି। କାରଣ ସେହି ଦୋକାନରୁ ସମାନ କମ୍ପାନିର ନୁଡୁଲ୍ସ ଖାଇଥିବା ଅନ୍ୟ ଲୋକେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେଣୁ ନୁଡୁଲ୍ସ ପାଇଁ ନୁହେଁ ଏହା ପରେ ଖାଇଥିବା ଅନ୍ୟ କୌଣସି ଜିନିଷ ପାଇଁ ଫୁଡ୍ ପଏଜନିଂ ହୋଇଛି ବୋଲି ଖାଦ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି। ।


Post a Comment (0)
Previous Post Next Post