ଟ୍ରାଫିକ ଛକରେ ବିଏମସି ଲଗାଇଲା ଗ୍ରୀନ୍ ସେଡ୍

 ଅର୍ଗସ ବ୍ୟୁରୋ : ତତଲା କଡେଇରେ ଭାଜି ହେଉଛି ପୁରା ଓଡିଶା । ସ୍ମର୍ଟ ସିଟି ବି ଏଥିରୁ ବାଦ୍ ପଡିନି । ଲଗାତର ୧୫ ଦିନ ଧରି ରାଜଧାନୀରେ ହେଉଛି ଅଗ୍ନିବର୍ଷା ପାରଦ ୪୦ ଡିଗ୍ରୀ ଉପରେ । ଏବେ ବାଇକ ଅରୋହୀଙ୍କ ଲାଗି ବିଏମସି କରିଛି ଚିନ୍ତା । ରାଜଧାନୀର ବ୍ୟସ୍ତ ବହୁଳ ଟ୍ରାଫିକ୍ ଛକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ହୋଇଛି ଅସ୍ଥାୟୀ ସେଡର ବ୍ୟବସ୍ଥା । ଖାସ କରି ଟ୍ରାଫିକ ପୋଷ୍ଟରେ ଖରାର ଯନ୍ତ୍ରଣା ବଳି ଯାଉଥିଲା । ଲୋକଙ୍କୁ ମୁଣ୍ଡ ଫଟା ଖରରୁ ମୁକ୍ତି ଦେବା ପାଇଁ ଟ୍ରାଫିକ ପୋଷ୍ଟରେ ସବୁଜ ପାଲ ଲଗାଇଛି ବିଏମସି । 



ବାଇକ ଆରୋହୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତ ଦେବାକୁ ଭୁବନେଶ୍ୱରରେ ପ୍ରାଥମିକ ପର୍ଯ୍ୟାୟରେ ନାଲୋକ ଛକ ଭଳି ପ୍ରମୁଖ ୧୦ ଛକରେ ଏଭଳି ଲାଗିଛି । ଆଗାମୀ ଦିନରେ ଭୁବନେଶ୍ୱର ଟ୍ରାଫିକ ଫ୍ଲୋ ଦେଖି ଅନ୍ୟ ଛକରେ ଏଭଳି ଗ୍ରୀନ ସ୍ୟାଡ଼ ଲଗାଇବ ବୋଲି ବିଏମସି କମିଶନର କହିଛନ୍ତି । ନିର୍ବାଚନ ପୂର୍ବରୁ ଏହା ଗୋଟେ ପ୍ରହସନ ୨ ମାସ ଧରି କୁଆଡେ ଥିଲେ ଏବେ ମନେ ପଡ଼ିଲା ଟେଣ୍ଟ ବାନ୍ଧିବାକୁ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ବିଏମସି ଏ ପଦକ୍ଷେପକୁ କିଛି ଲୋକେ ସ୍ୱାଗତ କରିଥିବା ବେଳେ ପୂର୍ବରୁ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଲୋକ । କାର ଭିତରେ ବସିଥିବା ବ୍ୟକ୍ତି (ଛୋଟ ପାର୍ଟଟେ ବ୍ୟବହାର କରିବ) ରାଜଧାନୀର ସୌନ୍ଦର୍ଯ୍ୟକରଣ ନାଁରେ ହଜାର ହଜାର ଗଛ କାଟିବେ ଅନ୍ୟପଟେ ରାସ୍ତାରେ ପାଲ ଢାଙ୍କି ପ୍ରହସନ କରୁଛି ବିଏମ୍ସି ବୋଲି ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ଗୋଟେ ପଟେ ରାଜଧାନୀର ସୌନ୍ଦର୍ଯ୍ୟକରଣ ନାଁରେ ବିଏମ୍ସି କାଟୁଛି ଗଛ ଅନ୍ୟପଟେ ତାତିରୁ ସୁରକ୍ଷା ପାଇଁ ବାନ୍ଧୁଛି ଟେଣ୍ଟ। ଜଳଛତ୍ର ପରି ଫେଲ ମାରିବନି ତ ଏହି ଟେଣ୍ଟ ପ୍ରହସନ ।

Post a Comment (0)
Previous Post Next Post