ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ


 

ଅର୍ଗସ ବ୍ୟୁରୋ: ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ ।  ବୋର୍ଡ କାର୍ଯ୍ୟାଳୟରେ ସକାଳ ସାଢେ 10ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଦିନ ସାଢେ 11ଟାରେ bscodisha.ac. in ୱେବସାଇଟରେ ଉପଲବ୍ଧ ହେବ ମାଟ୍ରିକ ରେଜଲ୍ଟ। ରେଜଲ୍ଟ ଘୋଷଣାର 6ଘଣ୍ଟା ଅର୍ଥାତ ଅପରାହ୍ନ 4ଟାରେ ଅନଲାଇନ ଓ ହ୍ବାଟ୍ସଅପରେ ଡିଜିଟାଲ ମାଟ୍ରିକ  ପ୍ରମାଣପାତ୍ର ପାଇପାରିବେ। ହ୍ବାଟ୍ସଅପରେ ସାର୍ଟିଫିକେଟ ପାଇବା ପାଇଁ 7710058192 ନମ୍ବର ଜାରି କରିଛି ବୋର୍ଡ । 

ଇଣ୍ଟରନେଟ ସମସ୍ୟା ଥିବା ଅଞ୍ଚଳର ପିଲାମାନେ OR-10-ରୋଲ ନାମ୍ବର ଲେଖି 5676750 ନମ୍ବରକୁ ଏସଏମଏସ କରି ମଧ୍ୟ ପରୀକ୍ଷାଫଳ ଜାଣି ପାରିବେ। ପରୀକ୍ଷା ଫଳ ଜନିତ ସମସ୍ତ ସମସ୍ୟାର ସମାଧାନ ଓ ରିଚେକ କରିବାକୁ ମେ 29 ରୁ ଜୁନ 12ପର୍ଯ୍ୟନ୍ତ 15 ଦିନ ସମୟ ଦିଆଯାଇଥିବା ପୂର୍ବରୁ ବୋର୍ଡ ପକ୍ଷରୁ ଘୋଷଣା ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post