ବିଷାକ୍ତ ମଦ ପିଇ ଜଣେ ଗୁରୁତର

 


ଅର୍ଗସ ବ୍ୟୁରୋ: ଭୋଟ୍ ପାଇଁ ବିଷାକ୍ତ ମଦ ବାଣ୍ଟୁଛନ୍ତି BJD ନେତା। ଚାନ୍ଦବାଲି ନିର୍ବାଚନର ମଣ୍ଡଳୀ ଦୌଲତପୁର ପଞ୍ଚାୟତରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଦୌଲତପୁର ପଞ୍ଚାୟତର ସୁବାସ ଦାସ ବିଷାକ୍ତ ମଦ ପିଇ ଗୁରୁତର ହେଇ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପରେର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଗୋପବନ୍ଧୁ ସେନାପତି ଲୋକଙ୍କୁ ମଦ ପିଇବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। BJD ନେତା ବାଧ୍ୟ କରି ମଦ ପିଆଇଥିବା ସେ ଅଭିଯୋଗ କରିଛନ୍ତି ।

Post a Comment (0)
Previous Post Next Post