ପ୍ରଚାର ମଇଦାନରେ ଆସାମ ମୁଖ୍ୟମନ୍ତ୍ରୀ: ଦେବଗଡ଼ରେ ରୋଡ ସୋ'



 ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପହଞ୍ଚିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପ୍ରଥମେ ସମ୍ବଲପୁରରେ ପହଞ୍ଚି ମା' ସମଲେଇଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ। ହିମନ୍ତଙ୍କ ସାଥିରେ ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା'ଙ୍କ ଦର୍ଶନ ପରେ ବିଭିନ୍ନ ସଂସଦୀୟ କ୍ଷେତ୍ରରେ ପହଞ୍ଚି ନିର୍ବାଚନ ପ୍ରଚାର କରିବେ। ଚୌଦ୍ବାର, ଚମ୍ପୁଆ ଏବଂ ବଡ଼ମ୍ବାରେ କରିବେ ନିର୍ବାଚନୀ ସଭା। 

କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବଡବିଲ ସ୍ଥିତ ବିକାଶ ମହଲ ଠାରେ ବିଜୟ ସଂକଳ୍ପ ସମାବେଶରେ ଅପରାହ୍ନ ୧ଟା ୨୫ ମିନିଟ ରେ ଯୋଗଦେବେ କେନ୍ଦ୍ରୀୟ ବିଜେପି ଟିମ୍ର ଷ୍ଟାର ପ୍ରଚାରକ ତଥା ଆସାମ ମୂଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ବଶର୍ମା । ବଡବିଲ ଠାରେ ନିର୍ବାଚନ ସାଧାରଣ ସଭାରେ  ଦେବେ ବିଜେପିର ବିକାଶର ଚେତନା ଏବଂ ମୋଦୀ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କୁ ଦେବେ ଉଦବୋଧନ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post