ଅର୍ଗସ ବ୍ୟୁରୋ: ସିନେମା ଜଗତକୁ ଏବେ ଶକ୍ତ ଝଟକା ଲାଗିଛି। ଲସ୍ ଆଞ୍ଜଲ୍ସରେ ଜଣାଶୁଣା ଅଭିନେତା ଜନି ଓ୍ୱାକ୍ଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରିରେ ଶୋକର ଲହରି ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା। ଅଭିନେତାଙ୍କ ମା କହିଛନ୍ତି ଯେ, ଶନିବାର ସକାଳ ୩ ଟାରେ ଜନିଙ୍କୁ କିଛି ଚୋର ଆକ୍ରମଣ କରିଥିଲେ। ସୂଚନାନୁସାରେ, କୁହାଯାଉଛି ଯେ ଜନି ତାଙ୍କ କାରରେ ଯାଉଥିଲେ ଏବଂ ହଠାତ୍ ତିନିଜଣ ଚୋର ଜନି କାରରୁ କାଟାଲାଇଟିକ୍ କନଭର୍ଟର ଚୋରି କରିବାକୁ ଚେଷ୍ଟା କରିଥିଲେ।
ଅଭିନେତା ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ମାତ୍ରେ ଚୋରମାନେ ଅଭିନେତାଙ୍କ ଉପରେ ଗୁଳି ଚଳାଇଥିଲେ। ଏହାପରେ ଜନିଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ଅଭିନେତାଙ୍କ ଦେହାନ୍ତରେ ପ୍ରଶଂସକମାନେ ମଧ୍ୟ ଚକିତ ହୋଇଯାଇଛନ୍ତି ଏବଂ ସମସ୍ତେ ଦୁଃଖିତ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
