ବିଜେପି ସରକାରଙ୍କୁ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ପ୍ରଂଶସା

 ଅର୍ଗସ ବ୍ୟୁରୋ: ନିର୍ବାଚନ ଭିତରେ ଯେଉଁଠି ରାଜନୀତି ଦଳଗୁଡିକ ଭିତରେ ଆକ୍ରୋଶ ଚାଲିଥିବାବେଳେ  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସାରେ ପୋତି ପକାଉଛନ୍ତି କଳାକାରମାନେ। ଅଭିନେତ୍ରୀ ରଶ୍ମୀକା ମନ୍ଦାନା ମୋଦିଙ୍କ ପ୍ରଂଶସା କରିବା ସହ ବିଜେପି ସରକାରଙ୍କ ୧୦ବର୍ଷର ଶାସନ ଦେଶକୁ ବିକାଶପଥରେ ଆଗେଇ ନେଇଥିବା କହିଛନ୍ତି । ନିକଟରେ ଅଟଳ ସେତୁରେ ଯାତ୍ରା କରିଥିଲେ ରଶ୍ମୀକା । ୧୦ବର୍ଷ ପୂର୍ବ ଓ ପରର ଯାତ୍ରାର ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ତଥା ବେଶ ଆରାମଦାୟକ ଥିଲା ବୋଲି କହିଥିଲେ । 

ଦେଶର ବିକାଶରେ ବିଜେପିର କାମକୁ ସେ ପ୍ରଂଶସା କରିଥିଲେ । ସେପଟେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି କଣ୍ଠଶିଳ୍ପୀ ମିକା ସିଂ ମୋଦୀଙ୍କ ଭୁରି ଭୁରି ପ୍ରଂଶସା କରିଛନ୍ତି । 

ଅଧିକ ପଢ଼ନ୍ତୁ ଭାରତ ଖବର 


Post a Comment (0)
Previous Post Next Post