ସବୁଠାରୁ ଉଚ୍ଚ ଶିଖରରେ ମହିଳା


 

ଅର୍ଗସ ବ୍ୟୁରୋ: ନେପାଳୀର ମୂଳ ପର୍ବତାରୋହୀମାନେ ଏହି ବର୍ଷ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ନେପାଳର ଭେଟେରାନ ପର୍ବତାରୋହୀ କାମୀ ରୀତା ଶେର୍ପା ୩୦ ତମ ଥର ପାଇଁ ଏଭରେଷ୍ଟ ପର୍ବତ ଉପରକୁ ଚଢି ଏକ ରେକର୍ଡ ସୃଷ୍ଟି କରିଛନ୍ତି।ଆଉ ବର୍ତ୍ତମାନ ନେପାଳୀ ମୂଳର ଜଣେ ମହିଳା ପର୍ବତାରୋହୀ ଏକ ବଡ଼ ସଫଳତା ହାସଲ କରିଛନ୍ତି। 

ନେପାଳର ମହିଳା ପର୍ବତାରୋହୀ ଚମତ୍କାର କାମ କରି ଦେଖାଇଛନ୍ତି । ମହିଳା ପର୍ବତାରୋହୀ ୧୫ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦୁନିଆର ସବୁଠାରୁ ଉଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଉପରକୁ ଚଢିଛନ୍ତି । ନେପାଳର ପର୍ବତାରୋହୀ ଏହା କରିବାରେ ପ୍ରଥମ ମହିଳା ପର୍ବତାରୋହୀ ହୋଇପାରିଛନ୍ତି। ଗୋରଖାର ଫୁଞ୍ଜୋ ଲାମା ଗୁରୁବାର ସକାଳ ୬.୨୩ ରେ୮,୮୪୮ ମିଟର ଉଚ୍ଚ ଶିଖରକୁ ଚଢି ଏଭରେଷ୍ଟ ଆରୋହଣ କରିବାରେ ଏହି ମହିଳା ପର୍ବତାରୋହୀ ହେବାର ରେକର୍ଡ କରିଛନ୍ତି । 

୩୦ଥର ଏଭରେଷ୍ଟ ପର୍ବତ ଚଢି ରେକର୍ଡ

ଲାମା ହଂକଂ ପର୍ବତାରୋହୀଙ୍କ ରେକର୍ଡ ଭାଙ୍ଗିଛନ୍ତି :-
ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ଲାମା ବୁଧବାର ସକାଳ ୩.୫୧ରେ ବେସ୍ କ୍ୟାମ୍ପରୁ ଆରୋହଣ କରିବା ଆରମ୍ଭ କରିଥିଲେ ଏବଂ ଗୁରୁବାର ସକାଳ ୬.୨୩ ରେ ଶିଖରରେ ପହଚ୍ଚିଥିଲେ । ସେ ବେସ୍ କ୍ୟାମ୍ପରୁ ୧୪ ଘଣ୍ଟା ୩୧ ମିନିଟରେ ଶିଖରରେ ପହଞ୍ଚିଥିଲେ । ସେ ହଂକଂର ଏଡା ସଙ୍ଗ ୟିନ-ହ୍ୟାଙ୍ଗର ରେକର୍ଡ ଭାଙ୍ଗିଥିଲେ ଯିଏ ୨୦୨୧ ରେ ୨୫ ଘଣ୍ଟା ୫୦ ମିନିଟରେ ଏଭରେଷ୍ଟର ଶିଖରରେ ପହଞ୍ଚିଥିଲେ ।

Post a Comment (0)
Previous Post Next Post