ଖରାଦିନେ ଛୁଆଙ୍କୁ ଦିଅନ୍ତୁ ଦହି କାକୁଡି ଭାତ...

 ଅର୍ଗସ ବ୍ୟୁରୋ:  ଗ୍ରୀଷ୍ମ ଋତୁରେ ପିଲାମାନେ ଅସୁସ୍ଥ ହେବାର ଅଧିକ ଭୟ ଥାଏ । ଖାସ କରି ସ୍କୁଲ ଯାଉଥିବା ପିଲାମାନଙ୍କ କ୍ଷେତ୍ରରେ ଏହି ଭୟ ଅଧିକ ଦେଖାଯାଏ । ଏହି ପରିସ୍ଥିତିରେ ପିଲାମାନଙ୍କୁ ଏମିତି ଖାଇବା ଦେବା ଦରକାର ଯାହା ତାଙ୍କୁ ସୁସ୍ଥ ରଖିବା ସହ ଶରୀରର ତାପମାତ୍ରା ମଧ୍ୟ ନିୟନ୍ତ୍ରଣରେ ରଖିବ । 

ଏମିତି ଏକ ଖାଇବା ଯାହା ଆପଣଙ୍କ ପିଲାଙ୍କୁ ସୁସ୍ଥ ରଖିବ । ଏହା ଖାଇବା ଦ୍ୱାରା ପେଟ ଥଣ୍ଡା ରହିବ । ଏହାକୁ ବନାଇବାକୁ  ଖୁବ କମ୍ ସମୟ ଲାଗିବା ସହ ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ।  

ପ୍ରସ୍ତୁତି ପ୍ରଣାଳୀ:- 

ଏଥିପାଇଁ ଆପଣ ବଳି ଯାଇଥିବା ବାସି ଭାତ କିମ୍ବା ସଜ ଭାତ ତିଆରି କରି ବନେଇପାରିବେ । ଗୋଟେ ପାତ୍ରରେ ଦହି ନେବେ, ସେଥିରେ ଛୋଟ ଛୋଟ କଟା ହୋଇଥିବା କାକୁଡି, ଗାଜର ପକାଇପାରିବେ । ସେଥିରେ ଆପଣ ବାସି ଭାତକୁ ମିଶାଇ ଦେବେ । 

ଗ୍ୟାସ ଲଗାଇ ଏକ କଡେଇ ବସେଇବେ । ସେଥିରେ ତେଲ ପକାଇବେ । ତେଲ ଗରମ ହେବା ପରେ ଜିରା, ସୋରିଷ, ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କା ପକେଇ ତାକୁ ହାଲକା ଭାଜିବେ । ଏହା ପ୍ରସ୍ତୁତ ହେବା ପରେ ଦହି ଭାତରେ ଏହାକୁ ପକାଇ ଦେବେ । ଏହାକୁ ସଜାଇବା ପାଇଁ ଉପରେ ଧନିଆ ପତ୍ର ଓ ଡାଳିମ୍ବ ପକାଇଦେବେ ।  

ଏହା ବନାଇବା ଯେତିକି ସହଜ, ଖରାଦିନେ ପେଟ ମଧ୍ୟ ଥଣ୍ଡା ରଖିବ ।  ଆପଣଙ୍କ ଛୁଆ ସ୍କୁଲ ଯାଉଥିଲେ ଏହାକୁ ଆପଣ ଟିଫିନ୍ ରେ ମଧ୍ୟ ଦେଇପାରିବେ । 


Post a Comment (0)
Previous Post Next Post