ଛେଳି ଚରାଇବାକୁ ଯାଇଥିବାବେଳେ ଅଂଶୁଘାତରେ ଟଳିପଡିଲେ...

 ସୁବର୍ଣ୍ଣପୁର:  ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ବୀରମହାରାଜପୁର ଥାନା କମଲପୁର ଗାଁରେ ଘଟିଛି ଅଘଟଣ । ସୂଚନା ଅନୁସାରେ କମଲପୁର ଗାଁ ର ରତ୍ନାକର ବେରିହା ଛେଳି ଚରାଇବାକୁ ଯାଇଥିଲେ । ତେବେ ପ୍ରବଳ ଖରା ଯୋଗୁଁ ସେ ଅଂଶୁଘାତର ଶିକାର ହୋଇ ପଡ଼ି ଯାଇଥିଲେ । 


ପରିବାର ଲୋକ ଖବର ପାଇ ତାଙ୍କୁ ଉଦ୍ଧାର କରିବା ସହିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜଣାପଡିଛି ।

ଆହୁରି ପଢନ୍ତୁ ଓଡିଶା ଖବର..

Post a Comment (0)
Previous Post Next Post