କାର ଆଗ ଓ ପଛରେ ଲାଗିଛି ବିଜେଡି ଲୋଗୋ : ଚାଲାଣ ହେଉଛି ଗଞ୍ଜେଇ



 ବ୍ରହ୍ମପୁର:  କାର ଆଗ ଓ ପଛରେ ଲାଗିଛି ବିଜେଡି ଲୋଗୋ ଶଙ୍ଖ। ଗଞ୍ଜେଇ ଚାଲାଣ ବେଳେ ଧରିଲା ଅବକାରୀ ଗୁଇନ୍ଦା ବିଭାଗ। ଗଞ୍ଜେଇ ଚାଲାଣ ବେଳେ ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଧରିଛି ଅବକାରୀ ଗୁଇନ୍ଦା ବିଭାଗ। ଘଟଣାସ୍ଥଳରୁ 5ଜଣଙ୍କୁ ଗିରଫ କରାଯାଇଥିବା ବେଳେ 84କିଲୋ ଗଞ୍ଜେଇ ଜବତ ହୋଇଛି। ଦୁଇଟି କାର, 3ଟି ମୋବାଇଲ ଜବତ କରିଛି ଅବକାରୀ ବିଭାଗ।

ଅଭିଯୁକ୍ତ ମାନେ କନ୍ଧମାଳରୁ ଗଞ୍ଜେଇ ଧରି ବ୍ରହ୍ମପୁର ଦେଇ ଯାଉଥିବା ବେଳେ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ଗୁଇନ୍ଦା ବିଭାଗ। ଫାଷ୍ଟ ଗେଟ୍ ନିକଟରେ ଯାଞ୍ଚ ବେଳେ ଗଞ୍ଜେଇ ଜବତ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ସର୍ଗିଗୁଡ଼ା ର କମଳ ଲୋଚନ ବେହେରା, ରାଜ ବିଷୋୟୀ ମାଝୀ, ଡାଉଙ୍ଗିଆ ର ବବ୍ରୁ କହଁର, ଦାରିଂବାଡ଼ି ସାନିକେତା ଗ୍ରାମର ଦିବ୍ୟ ଲୋଚନ ସିଂ, ବାଲିଗୁଡା ର ମଧୁ ଭକ୍ତ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post