ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା। ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍। କରଞ୍ଜିଆ ସରୁବାଲି ଶେଖର କଲୋନୀ ପଡିଆରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା।
ବିଜୟ ସଂକଳ୍ପ ସମାବେଶ"ରେ ପୂର୍ବାହ୍ନ ୧୨.୩୨ରେ ପହଞ୍ଚି ଏହାପରେ ବିଜେପିର ବିଜୟ ସଙ୍କଳ୍ପ ଜନସଭାକୁ ସମ୍ବୋଧିତ କରୁଛନ୍ତି। ନଡ୍ଡା ସଭାକୁ ଆସୁ ଆସୁ ସିଧା ଟାର୍ଗେଟ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆରାମ ଦରକାର। ଆଉ ତାଙ୍କୁ ଆରାମ ଦିଆଯାଉ। ଏହିଥର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦେଇ ଜିତାନ୍ତୁ। ୧୦ବର୍ଷରେ ରାଜନୀତିର ପରିଭାଷା ବଦଳାଇଛନ୍ତି ମୋଦୀ। ଓଡ଼ିଶାର ଲୋକସଭାର ୨୧ ସିଟରୁ ବିଜେପି ୨୧ ସିଟ ଜିତିବ ବୋଲି ନଡ୍ଡା ଦୃଢ଼ୋକ୍ତି କରିଛନ୍ତି।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର