କଟକ : ରାମଲୀଳା ପରିବେଷଣ କରିବାକୁ ଅଯୋଧ୍ୟା ଗଲେ କଟକର ରାମଲୀଳା ପରିବାର। ଆଜି ଦୁଇଟି ଟ୍ରେନ ଯୋଗେ ୪୬୮ ଜଣ ଅଯୋଧ୍ୟା ଯାତ୍ରା କରିଛନ୍ତି l ସେଠାରେ ୪ ଦିନ ଓଡ଼ିଆରେ ରାମଲୀଳା ପରିବେଷଣ କରାଯିବ। ଏଥିସହ ରାମଲୀଳା ମାଧମରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ଦେଖାଇବେ କଳାକାର।
ଅଧିକ ପଢନ୍ତୁ ଓଡିଶା ଖବର
କଳାକାରଙ୍କ ସମେତ ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଅଯୋଧ୍ୟା ପଠାଇଛି ସାମାଜିକ ଆଧ୍ୟାତ୍ମିକ ଅନୁଷ୍ଠାନ ସମର୍ପଣ ପରିବାର। ଏହି ୪ ଦିନରେ ରାମଲୀଳା ପରିବେଷଣ ଓଡ଼ିଆରେ ହେବା ସହ ଓଡିଶା କଳା, ସଂସ୍କୃତିକୁ ବଞ୍ଚାଇବା ଲାଗି ପ୍ରୟାସ ଜାରି ରଖିଛି ସମର୍ପଣ ପରିବାର।
