ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆସନ୍ତାକାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତ ୨୫ ସକାଳ ସୁଦ୍ଧା ବାତ୍ୟା। ପରେ ୨୬ ସନ୍ଧ୍ୟା ସୁଦ୍ଧା ଗୋଟିଏ ଭୀଷଣବାତ୍ୟା ଭାବେ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପଖାପାଖି ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି ।
ଆସନ୍ତା ୨୭ ଯାଏଁ କେନ୍ଦ୍ରୀୟ ବଙ୍ଗୋପସାଗର ଯିବାକୁ ମତ୍ସ୍ୟଯିବିଙ୍କୁ ବାରଣ ହୋଇଛି । ଓଡ଼ିଶାରେ ସିଧାସଳଖ ପ୍ରଭାବ ନାହିଁ। ୨୬ରେ ଉତ୍ତର ଓଡ଼ିଶା ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହ ବାଲେଶ୍ଵର, ଭଦ୍ରକ ଓ କେନ୍ଦ୍ରାପଡା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୭ ରେ ମଧ୍ୟ ଉତ୍ତର ଓଡ଼ିଶାରେ ବର୍ଷା ହେବ। ବାଲେଶ୍ଵର, ମୟୁରଭଂଜରେ ପ୍ରବଳ ବର୍ଷା ହେବର ସମ୍ବାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ।
ଅଧିକ ପଢନ୍ତୁ ଓଡ଼ିଶା ଖବର