ଭୁବନେଶ୍ୱର: ସକାଳ 9 ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଛି । ସବୁଠୁ ଅଧିକ ମତଦାନ କେନ୍ଦୁଝରରେ ହୋଇଥିବା ବେଳେ ସବୁଠାରୁ କମ ଭୁବନେଶ୍ୱରରେ ।
ଭୁବନେଶ୍ୱର 6.65 %, କଟକରେ 7.32 %, କେନ୍ଦୁଝର 8.74 %, ଢେଙ୍କାନାଳ 7.95% ପ୍ରତିଶତ ମତଦାନ ହୋଇଛି ।
ଆଜି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନର ଭୋଟିଂ । ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ପୁରୀ, କଟକ ଓ ଭୁବନେଶ୍ବର ଲୋକସଭା ଆସନ ଏବଂ ଏହା ଅଧିନରେ ଆସୁଥିବା ସମସ୍ତ ବିଧାନସଭାରେ ଆଜି ମତଦାନ ।
