ଅର୍ଗସ ବ୍ୟୁରୋ: ECIଙ୍କ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ନିର୍ବାଚନରେ ସୁଜାତା କାର୍ତ୍ତିକେୟନ ରାଉତ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ । ଭାରତୀୟ ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହେଲା ବିଜେପି । ବରିଷ୍ଠ ବିଜେପି ନେତା ଓମ୍ ପାଠକ, ସୁଜାତାଙ୍କ ନାଁରେ ଏହି ସାଂଘାତିକ ଅଭିଯୋଗ କରିଛନ୍ତି । ପଦବୀରୁ ନିଲମ୍ବନ ସହ ସୁଜାତାଙ୍କୁ ରାଜ୍ୟରୁ ତଡି ପାର୍ କରିବାକୁ ସେ ଦାବି କରିଛନ୍ତି । ଏବେ ବି ସେ ତାଙ୍କ ସ୍ୱାମୀ ପୂର୍ବତନ IAS ତଥା ବର୍ତ୍ତମାନର ବିଜେଡି ନେତା ପାଣ୍ଡିଆନଙ୍କ ତତ୍ତ୍ବାବଧାନରେ କାର୍ଯ୍ୟ କରୁଛନ୍ତି।
ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ନିର୍ବାଚନରେ ସ୍ୱଚ୍ଛତା ପାଇଁ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ 3 ଜଣ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡିଏସ କୁଟେ, IPS ଆଶିଷ ସିଂଙ୍କ ପୂର୍ବରୁ ମିଶନ ଶକ୍ତି ଅଧ୍ୟକ୍ଷ ସୁଜାତା କାର୍ତ୍ତିକେୟନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ECI । ଏହି 3 ଅଫିସର ଭାରତୀୟ ନିର୍ବାଚନ କମିସନଙ୍କ ଆଦର୍ଶ ଆଚରଣ ବିଧି ଉଲଂଘନ କରିବା ସହ ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା ।
ମହିଳା ସଶକ୍ତିକରଣ ନୁହଁ ବରଂ ରାଜନୀତି ପାଇଁ ମହିଳାଙ୍କୁ ବ୍ୟବହାର କରାଯାଉଛି । ଏହା ଆଦର୍ଶ ଆଚରଣ ବିଧିର ଉଲଂଘନ ହୋଇଥିବାରୁ ଇସିଆଇ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିବା କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଅମ୍ବିକା ଦାସ ଓ ବିନୋଦ ଜେନା ନାମକ ଦୁଇ ଅଧିକାରୀଙ୍କ ଚାକିରି ମାର୍ଚ୍ଚ 31ରୁ ସରିଥିଲେବି ତାଙ୍କୁ ରାଜ୍ୟ ସରକାର ଦରମା ଦେଉଥିବା ଅଭିଯୋଗ କରିଛନ୍ତି ସମୀର ମହାନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
