ଅର୍ଗସ ବ୍ୟୁରୋ: ନିର୍ବାଚନ ସମୟରେ ବାରମ୍ବାର କେନ୍ଦ୍ରୀୟ ଅବହେଳାକୁ ଦାୟୀ କରୁଛି ବିଜେଡି । ମହାନଦୀକୁ ନେଇ କୁମ୍ଭୀରକାନ୍ଦଣା କରୁଛି ବିଜେଡି । ମହାନଦୀ, ରେଳବାଇ, କୋଇଲା ରୟାଲଟି ଓ ଜାତୀୟ ରାଜପଥ ପ୍ରସଙ୍ଗ ଏବେ ଉଠାଇଛି । ଗଣମାଧ୍ୟମରେ ବିଜ୍ଞାପନ ଦେଇ ମହାନଦୀ ପ୍ରସଙ୍ଗରେ ମିଛ ଡ୍ରାମା କରୁଛି ବିଜେଡି । ଓଡିଶାର ଉପକୂଳବର୍ତ୍ତୀ ଅଂଚଳର ଚାଷୀଙ୍କୁ ପାଣି ମିଳୁନାହିଁ । ବର୍ଷା ବେଳେ ଉପକୂଳ ଅଂଚଳରେ ବନ୍ୟାର ଦୁଃଖ ଭୋଗୁଛନ୍ତି । ମହାନଦୀ ବିବାଦମହାନଦୀ ବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ମାତ୍ର ନିଜ ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ ବିଜେଡି ସରକାର।
ଟ୍ରିବ୍ୟୁନାଲ ଗଠନ ପାଇଁ ଜିଦ ଧରିଥିଲେ । ଟ୍ରିବ୍ୟୁନାଲ ଗଠନ ହେବାର 6 ବର୍ଷ ବିତିଲାଣି। କିନ୍ତୁ ଆଜି ଯାଏ କୌଣସି ସମାଧାନର ରାସ୍ତା ବାହାରି ପାରିଲାନି। ଏପରିକି ମହାନଦୀ ପାଇଁ ବଡ ଧରଣର ଆନ୍ଦୋଳନ କରିଥିଲା ବିଜେଡି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ନ ମିଳିବାରୁ ମହାନଦୀ କୂଳିଆ ଲୋକଙ୍କ ଯନ୍ତ୍ରଣା ଆହୁରି ବଢିଯାଇଛି। ମହାନଦୀ ପ୍ରସଙ୍ଗରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ମାନଙ୍କ ପ୍ରତିକ୍ରିୟା କଣ ଥିଲା ଆସନ୍ତୁ ଶୁଣିବା । ଏଥିସହ ବିଜେଡି ସାଂସଦ ପିନାକି ମଶ୍ର ସଂସଦରେ ମାନିଛନ୍ତି ଓଡିଶା ପ୍ରତି କେନ୍ଦ୍ରୀୟ ଅବହେଳା ହୋଇ ନାହିଁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: