ଅର୍ଗସ ବ୍ୟୁରୋ: ସମୁଦ୍ରରେ ଛଡାଗଲା ଅଲିଭ ରିଡଲେ କଇଁଛ ଛୁଆ। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ବେଳାଭୂମି ରେ ଆଜି ବନବିଭାଗ ପକ୍ଷରୁ 253 ଟି ଅଲିଭରିଡଲେ କଇଁଛ ଛୁଆଙ୍କୁ ଡଗରା ସମୂଦ୍ର ବେଳାଭୂମିରେ ଆଜି ଛଡାଯାଇଛି। ଅଲିଭ ରିଡଲେ କଇଁଛଙ୍କ ଅଣ୍ତାଦାନ ପାଇଁ ଡଗରା ବେଳାଭୂମି ଉପଯୁକ୍ତ ସ୍ଥାନ ହୋଇଥିବା ବେଳେ ଚଳିତ ବର୍ଷ କଇଁଛମାନେ ଅଣ୍ତା ଦେବା ପରେ ଲଙ୍ଗଳେଶ୍ବର ବନବିଭାଗ ପକ୍ଷରୁ ସେସବୁକୁ ଅସ୍ଥାୟୀ ହେଚେରୀରେ 60 ଦିନ ପାଇଁ ରଖାଯାଇ ଥିଲା।
ସେହି ସବୁ ଅଣ୍ତାରୁ ଛୁଆ ଫୁଟିବା ପରେ ଆଜି ଲଙ୍ଗଳେଶ୍ବର ୱାଇଲ୍ଡ ଲାଇଫ ସେକ୍ସନର ଫରେଷ୍ଟର ହୃଶିକେଶ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ 253 ଟି କଇଁଛ ଛୁଆଙ୍କୁ ସମୁଦ୍ରରେ ଛଡା ଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
